ଏଲଓସିରେ ଅନୁପ୍ରବେଶ ଉଦ୍ୟମ; ରାଜୌରି ସେକ୍ଟର ପାଲଟିଛି ମାଧ୍ୟମ

1 min read

ଜମ୍ମୁ : ଭାରତରେ ପ୍ରବେଶ କରିବା ଲାଗି ଆତଙ୍କବାଦୀଙ୍କ ଉଦ୍ୟମ  । ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା ଅନ୍ତର୍ଗତ ରାଜୌରି ସେକ୍ଟରକୁ ଅନୁପ୍ରବେଶ ପ୍ରବେଶ ଲାଗି ବ୍ୟବହାର କରୁଛନ୍ତି ଆତଙ୍କବାଦୀ  । ଏଲଓସିରେ ରହିଥିବା ବିଭିନ୍ନ ପ୍ରତିରକ୍ଷା ଘାଟିଗୁଡିକୁ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡିଛି ।

ରାଜୌରି ସେକ୍ଟରରେ ପାକିସ୍ତାନ ପଟରେ ଚାରିଟି ଲଞ୍ଚିଂ ପ୍ୟାଡ ରହିଛି । କୋଟଲି, ଲାଞ୍ଜୋଟ, ନିକାଲି ଓ ଖୁରେଟ୍ଟାସ୍ଥିତ ଲଞ୍ଚିଂ ପ୍ୟାଡ ଦେଇ ଭାରତରେ ପ୍ରବେଶ କରିବାକୁ ୨୫ରୁ ୩୦ ଆତଙ୍କବାଦୀ ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି । ଜାମ୍ମୁ ଓ କାଶ୍ମୀରରେ ସାଧାରଣ ଲୋକଙ୍କୁ ଜୈସ-ଏ- ମହମ୍ମଦ ଓ ଲସ୍କର-ଏ-ତଏବା ଆତଙ୍କାବାଦୀମାନେ ଯୋଜନା କରୁଛନ୍ତି ବୋଲି ତଥ୍ୟ ମିଳିବା ପରେ ପୁଞ୍ଚ ସେକ୍ଟରରେ ଆଲର୍ଟ ଜାରି କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣ ନାଗରିକ ଆତଙ୍କବାଦୀଙ୍କ ଦ୍ବାରା ପ୍ରାଣ ହରାଇବା ପରେ ଏହି ପଦକ୍ଷେପ ନିଆଯାଇଛି । ଗତକାଲି ଘଟିଥିବା ଏକ ବିସ୍ଫୋରଣରେ ୨ଶିଶୁ ପ୍ରାଣ ହରାଇଥିବାବେଳେ ୪ ଜଣ ଲୋକ ଆହତ ହୋଇଥିଲେ । ସେପଟେ ରାଜୌରିରେ ପ୍ରାଣ ହରାଇଥିବା ୫ ଜଣଙ୍କ ଶେଷକୃତ୍ୟ କରାଯାଇଛି । ଶୋଭାଯାତ୍ରାରେ ଶହ ଶହ ଲୋକ ସାମିଲ ହୋଇଥିବା ଦେଖାଯାଇଛି ।