ସୁସ୍ଥ ଅଛନ୍ତି ରଜନୀକାନ୍ତ

ମୁମ୍ବାଇ: ସୁସ୍ଥ ଅଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତ । ଗୁରୁବାର ରାତିରେ ହଠାତ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରଜନୀକାନ୍ତଙ୍କ ଫ୍ୟାନମାନେ ଚିନ୍ତିତ ହୋଇଯାଇଥିଲେ ଓ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପାଇଁ ପ୍ରାର୍ଥନା କରିଥିଲେ ।  ତେବେ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ବାବଦରେ ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ତାଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତା ଓ୍ବାଇ.ଜି ମହେନ୍ଦ୍ରନ୍ କହିଛନ୍ତି କି ବର୍ତ୍ତମାନ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଅଛି ଏବଂ ସେ ବର୍ତ୍ତମାନ ବିଶ୍ରାମ କରୁଛନ୍ତି । ସେ ଆହୁରି କହିଛନ୍ତି କି ମୁଁ ତାଙ୍କ ଚିକିତ୍ସା ବିଷୟରେ ଜାଣି ନାହିଁ କିନ୍ତୁ ସେ ଏବେ ସୁସ୍ଥ ଅଛନ୍ତି ଏବଂ ହସ୍ପିଟାଲରେ ବିଶ୍ରାମ ନେଉଛନ୍ତି । ଅନ୍ନାଥେ ଫିଲ୍ମି ରିଲିଜ୍ ପୂର୍ବରୁ ହସ୍ପିଟାଲରୁ ସେ ଡିସଚାର୍ଜ ହେବେ । ତେବେ ଆସନ୍ତା ନଭେମ୍ବର ୪ରେ ରଜନୀକାନ୍ତଙ୍କ ଫିଲ୍ମି ଅନ୍ନାଥେ ରିଲିଜ୍ ହେବାକୁ ଯାଉଛି ।

ଅନ୍ୟପଟେ ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ପତ୍ନୀ ଲତା ବିଭିନ୍ନ ଗଣମାଧ୍ୟମକୁ କହିଥିଲେ କି ଏହା ଏକ ନିତିଦିନିଆ ଡାକ୍ତରୀ ଯାଞ୍ଚ । ଏଥିସହ ଛାତିରେ ଯନ୍ତ୍ରଣା ଓ ଅସ୍ବାଭାବିକତା ଅନୁଭବ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି କିଛି ଗଣମାଧ୍ୟମରେ ଦର୍ଶାଯାଇଥିଲା । ଏହା ପୂର୍ବରୁ ଗତବର୍ଷ ଡିସେମ୍ବରରେ ବ୍ଲଡ ପ୍ରେସର ସମସ୍ୟା କାରଣରୁ ରଜନୀକାନ୍ତ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଦୁଇ ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରାଯାଇଥିଲା ।

Leave a Reply