ନିର୍ବାଚନ ତାତି, ଆସାମରେ ନିଜ ସରକାରକୁ ଭୁଲିଗଲେ ରାଜନାଥ

1 min read
Rajnath Singh Forgot BJP Government In Assam

ଗୌହାଟି (ସୁଶାନ୍ତ କୁମାର ସାହୁ): ଆସାମରେ ସର୍ବାନନ୍ଦ ସୋନୋୱାଲଙ୍କ ନେତୃତ୍ୱରେ ବିଜେପିର ସରକାର ରହିଛି । କିନ୍ତୁ ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ଆସାମରେ ସରକାର ବଦଳାଇବା କଥା କହିଛନ୍ତି । ଆସାମର ବିଶ୍ୱନାଥ ବିଧାନସଭା ନିର୍ବାଚନ ମଣ୍ଡଳିର ଏକ ନିର୍ବାଚନୀ ସଭାରେ ରାଜନାଥ କହିଛନ୍ତି- ଆମ ସରକାର ତ୍ରିପୁରାରେ ରହିଛି । ଆପଣମାନଙ୍କ ଆଶୀର୍ବାଦ କ୍ରମେ ବିଜେପି ଆସାମ ଓ ପଶ୍ଚିମବଙ୍ଗରେ ସରକାର ଗଢ଼ିବାକୁ ଯାଉଛି ।

Rajnath Singh Forgot BJP Government In Assam

ରାଜ୍ୟକୁ ଲାଗି ରହିଥିବା ଅନ୍ତର୍ଜାତୀୟ ସୀମା ସୁରକ୍ଷାକୁ ନେଇ ରାଜନାଥ ଭାଷଣ ଦେଉଥିବା ବେଳେ ଆସାମରେ ଏବେ ବିଜେପି ସରକାର ଥିବା କଥା ଭୁଲି ଯାଇଥିଲେ । ଏବଂ ତାଙ୍କ ପାଟିରୁ ଖସି ଯାଇଥିଲା ବିଜେପି ଆସାମ ସହ ପଶ୍ଚିମବଙ୍ଗରେ ସରକାର ଗଢ଼ିବାକୁ ଯାଉଛି ବୋଲି । ରାଜନାଥ ଏହାକୁ ପରେ ସଂଶୋଧନ କରିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି- ଏବେ ଆସାମ, ତ୍ରିପୁରା ସହ ପଶ୍ଚିମବଙ୍ଗରେ ବିଜେପି ସରକାର ହେଲେ କୌଣସି ଅନୁପ୍ରବେଶକାରୀ ପଶିବାକୁ ସାହାସ କରିବେ ନାହିଁ ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି- ଆସାମ ଓ ପଶ୍ଚିମବଙ୍ଗର ସୀମା ବାଂଲାଦେଶ ଅନ୍ତର୍ଜାତୀୟ ସୀମାକୁ ଲାଗି ରହିଛି । ଯଦି ବିଜେପି ରାଜ୍ୟରେ କ୍ଷମତାକୁ ଆସେ ତ ସରକାର ବାଂଲାଦେଶୀ ଅନୁପ୍ରବେଶ ରୋକିବା ଲାଗି ବର୍ଡରରେ କଟକଣା ଲଗାଇବେ । ରାଜନାଥଙ୍କ ଏହି ମନ୍ତବ୍ୟକୁ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରାଯାଇଛି ।

https://twitter.com/imayank85/status/1371035380456189953

ରାଜନାଥଙ୍କ ମନ୍ତବ୍ୟର ସମାଲୋଚନା କରି ଟ୍ୱିଟର ୟୁଜର ସୁକୁମାର ମହାରଣା ଲେଖିଛନ୍ତି- କେହି ରାଜନାଥଙ୍କୁ ମନେ ପକାଇ ଦିଅନ୍ତୁ ଏବେ ଆସାମରେ ବିଜେପି ସରକାର ଅଛି ।

ସେହିଭଳି ଅନ୍ତର୍ଜାତୀୟ ସୀମା ସୁରକ୍ଷା ପ୍ରସଙ୍ଗରେ ମୟଙ୍କ ଲେଖିଛନ୍ତି- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ବୋଧେ ଜଣାନାହିଁ ସୀମା ସୁରକ୍ଷା ରାଜ୍ୟର ନୁହଁ କେନ୍ଦ୍ରର ଦାୟିତ୍ୱ । ତାହେଲେ ମୋଦି ସରକାରର ୭ ବର୍ଷରେ ବାଂଲାଦେଶ ଅନ୍ତର୍ଜାତୀୟ ସୀମା ସ୍ଥିତି ଖରାପ ହୋଇଯାଇଛି ।

ସେହିଭଳି ଅନ୍ୟ ଜଣେ ୟୁଜର ନୀତିନ ସାଇନ୍ ଲେଖିଛନ୍ତି- କେହି ତାଙ୍କୁ ମନେ ପକାଇ ଦିଅନ୍ତୁ ସୀମା ସୁରକ୍ଷା କେନ୍ଦ୍ରର ଦାୟିତ୍ୱ, ରାଜ୍ୟର ନୁହେଁ ।

Leave a Reply