ସୈନିକଙ୍କ ଚରମ ତ୍ୟାଗକୁ ନେଇ ପ୍ରତିରକ୍ଷାମନ୍ତ୍ରୀଙ୍କ ପ୍ରଥମ ପ୍ରତିକ୍ରିୟା,ଦେଶ ଭୁଲିବ ନାହିଁ ବଳିଦାନ

1 min read

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ସୀମାରେ ଥିବା ଗଲବାନ ଘାଟିରେ ସହିଦ ହୋଇଥିବା ୨୦ ଭାରତୀୟ ସୈନିକଙ୍କୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶ କେବେ ମଧ୍ୟ ଏହି ଚରମତ୍ୟାଗକୁ ଭୁଲିବ ନାହିଁ ।

ରାଜନାଥ ଟ୍ୱିଟ୍ କରି କହିଛନ୍ତି ଯେ, ‘‘ଗଲବାନ ଘାଟିରେ ସୈନିକଙ୍କ ହରାଇବା ହୃଦୟବିଦାରକ । ଆମ ସୈନିକ ଦେଶ ପାଇଁ ନିଜ କର୍ତ୍ତବ୍ୟ ପାଳନ କରି ଜୀବନ ଦେଇଛନ୍ତି । ଦେଶ କେବେ ମଧ୍ୟ ସେମାନଙ୍କ ବଳିଦାନକୁ ଭୁଲିବ ନାହିଁ ।

ପ୍ରତିରକ୍ଷା ମନ୍ତ୍ରୀ ସହିଦଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି ।  ସେ ଲେଖିଛନ୍ତି ଯେ, ଦେଶ ସେମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଛି । ଆମକୁ ଆମ ସୈନିକଙ୍କ ଉପରେ ଗର୍ବ ରହିଛି

ମଙ୍ଗଳବାର ଦିନ ସୈନିକଙ୍କ ବଳିଦାନ ପରେ ଏହା ହେଉଛି ଦେଶର ପ୍ରତିରକ୍ଷାମନ୍ତ୍ରୀଙ୍କ ପ୍ରଥମ ବୟାନ । ଚୀନ ସହ ସଂଘର୍ଷ ପରଠାରୁ ପ୍ରତିରକ୍ଷାମନ୍ତ୍ରୀ କ୍ରମାଗତ ଭାବେ ବୈଠକ କରୁଛନ୍ତି । ସେ ପ୍ରଥମେ ଚିଫ୍ ଡିଫେନ୍ସ ଅଫ୍ ଷ୍ଟାଫ୍ ବିପିନ ରାୱତଙ୍କ ସହ ବୈଠକ କରିଥିଲେ ।

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ମଧ୍ୟ ସେ ଯୋଗ ଦେଇଥିଲେ । ସେହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ ।

 

Leave a Reply