ସୈନିକଙ୍କ ଚରମ ତ୍ୟାଗକୁ ନେଇ ପ୍ରତିରକ୍ଷାମନ୍ତ୍ରୀଙ୍କ ପ୍ରଥମ ପ୍ରତିକ୍ରିୟା,ଦେଶ ଭୁଲିବ ନାହିଁ ବଳିଦାନ
1 min readନୂଆଦିଲ୍ଲୀ: ଭାରତ ଓ ଚୀନ୍ ସୀମାରେ ଥିବା ଗଲବାନ ଘାଟିରେ ସହିଦ ହୋଇଥିବା ୨୦ ଭାରତୀୟ ସୈନିକଙ୍କୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶ କେବେ ମଧ୍ୟ ଏହି ଚରମତ୍ୟାଗକୁ ଭୁଲିବ ନାହିଁ ।
ରାଜନାଥ ଟ୍ୱିଟ୍ କରି କହିଛନ୍ତି ଯେ, ‘‘ଗଲବାନ ଘାଟିରେ ସୈନିକଙ୍କ ହରାଇବା ହୃଦୟବିଦାରକ । ଆମ ସୈନିକ ଦେଶ ପାଇଁ ନିଜ କର୍ତ୍ତବ୍ୟ ପାଳନ କରି ଜୀବନ ଦେଇଛନ୍ତି । ଦେଶ କେବେ ମଧ୍ୟ ସେମାନଙ୍କ ବଳିଦାନକୁ ଭୁଲିବ ନାହିଁ ।
The loss of soldiers in Galwan is deeply disturbing and painful. Our soldiers displayed exemplary courage and valour in the line of duty and sacrificed their lives in the highest traditions of the Indian Army.
— Rajnath Singh (मोदी का परिवार) (@rajnathsingh) June 17, 2020
ପ୍ରତିରକ୍ଷା ମନ୍ତ୍ରୀ ସହିଦଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ଯେ, ଦେଶ ସେମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଛି । ଆମକୁ ଆମ ସୈନିକଙ୍କ ଉପରେ ଗର୍ବ ରହିଛି
ମଙ୍ଗଳବାର ଦିନ ସୈନିକଙ୍କ ବଳିଦାନ ପରେ ଏହା ହେଉଛି ଦେଶର ପ୍ରତିରକ୍ଷାମନ୍ତ୍ରୀଙ୍କ ପ୍ରଥମ ବୟାନ । ଚୀନ ସହ ସଂଘର୍ଷ ପରଠାରୁ ପ୍ରତିରକ୍ଷାମନ୍ତ୍ରୀ କ୍ରମାଗତ ଭାବେ ବୈଠକ କରୁଛନ୍ତି । ସେ ପ୍ରଥମେ ଚିଫ୍ ଡିଫେନ୍ସ ଅଫ୍ ଷ୍ଟାଫ୍ ବିପିନ ରାୱତଙ୍କ ସହ ବୈଠକ କରିଥିଲେ ।
ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ମଧ୍ୟ ସେ ଯୋଗ ଦେଇଥିଲେ । ସେହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ ।