spot_img

Latest Posts

ଦଶମ ଦିନରେ ଆନ୍ଦୋଳନ, ଦାବି ପୁରଣ ନହେଲେ ଦେଶ ଅଚଳ କରିବାକୁ ଚାଷୀଙ୍କ ଚେତାବନୀ

ନୂଆଦିଲ୍ଲୀ: ଜିଦ୍‌ରେ ଅଟଳ ଚାଷୀ । ଶୀତ କାକରରେ ୧୦ ଦିନ ଧରି ବସିଛନ୍ତି ଧାରଣାରେ । ଶନିବାର ସରକାର ଓ ଚାଷୀ ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । ଯଦି ଆଲୋଚନାରେ ସରକାର ଦାବି ନମାନନ୍ତି, ତେବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚାଷୀନେତା ଚେତାବନୀ ଦେଇଛନ୍ତି ।

ଏହା ସହ ଆସନ୍ତା ୮ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଦିଲ୍ଲୀ ସୀମାରେ ଏକଜୁଟ୍‌ ହୋଇଥିବା ଚାଷୀ । ଏହି ଦିନ ସମସ୍ତ ଟୋଲ ପ୍ଲାଜା ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ଏଥିସହ ଦିଲ୍ଲୀର ସମସ୍ତ ପ୍ରବେଶ ପଥ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି । ଆନ୍ଦୋଳନକୁ ଆହୁରି ଜୋରଦାର କରିବା ସହ କର୍ଣ୍ଣାଟକ ଓ ତାମିଲନାଡୁ ଚାଷୀଙ୍କୁ ଦିଲ୍ଲୀ ଆସିବା ପାଇଁ ଚାଷୀନେତା ଆହ୍ୱାନ ଦେଇଛନ୍ତି । ଏନେଇ ଚାଷୀନେତାଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ସ୍ପଷ୍ଟ ଭାବେ ଚେତାବନୀ ଦିଆଯାଇଛି ।

Farmers

ହକ୍ ପାଇଁ ସାଲିସ ମୁଡ୍‌ରେ ନଥିବା ଚାଷୀମାନେ ସରକାରଙ୍କୁ ସେମାନଙ୍କ ଦାବି ସମ୍ପର୍କରେ ସଫାସଫା ଶୁଣାଇ ଦେଇଛନ୍ତି । ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର, କୃଷକଙ୍କ ପାଇଁ ଏମ୍‌ଏସ୍‌ପିକୁ ଆଇନରେ ପରିଣତ କରିବା, ଏମ୍‌ଏସ୍‌ପିକୁ ସ୍ଥାୟୀ କରିବା ପାଇଁ ସ୍ୱାମୀନାଥନ କମିଶନଙ୍କ ଫର୍ମୁଲା ଲାଗୁ, ଏନ୍‌ସିଆର୍‌ ଅଞ୍ଚଳରେ ବାୟୁ ପ୍ରଦୂଷଣ କଟକଣାରେ ପରିବର୍ତ୍ତନକୁ ଫେରସ୍ତ, ଚାଷୀ ପାଇଁ ଡିଜେଲ ଦରକୁ ୫୦ ପ୍ରତିଶତ କରିବାକୁ ଚାଷୀ ଦାବି କରୁଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଦୀର୍ଘ ଦିନ ଧରି ଜାରି ରହିଥିବା ଚାଷୀ ଆନ୍ଦୋଳନ ଏବେ ଦିଲ୍ଲୀ ଦରବାରରେ ପହଞ୍ଚିଛି ।

Latest Posts

Don't Miss