ବିବାହ ବନ୍ଧନରେ ବାନ୍ଧିହେଲେ ରାଜକୁମାର-ପତ୍ରଲେଖା

ମୁମ୍ୱାଇ : ବଲିଉଡ ସୁପରଷ୍ଟାର ରାଜକୁମାର ରାଓ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିଜ ପ୍ରେମିକା ପତ୍ରଲେଖାଙ୍କୁ ବିବାହ କରିଛନ୍ତି ରାଜକୁମାର । ଦୀର୍ଘ ୧୧ ବର୍ଷର ପ୍ରେମକୁ ସଫଳ କରିଛନ୍ତି ଉଭୟ ରାଜକୁମାର ଓ ପତ୍ରଲେଖା । ଉଭୟଙ୍କ ବାହାଘରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପତ୍ରଲେଖା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ରାଜକୁମାର ଧଳା ରଙ୍ଗର ସେରୱାନି ପିନ୍ଧିଥିବା ଦେଖାଯାଉଛନ୍ତି । ଉଭୟେ ନିଜ ବିବାହର ଫଟୋ ଛାଡ଼ିବା ସହ ଏଥିରେ ସୁନ୍ଦର କ୍ୟାପସନ ଦେଇଥିବା ଦେଖାଯାଉଛି ।

ମାତ୍ର ଏକ ଘଣ୍ଟା ମଧ୍ୟରେ ଉଭୟଙ୍କ ଫଟୋରେ ୧୦ ଲକ୍ଷ ଲାଇକ୍ ଆସିଥିବା ବେଳେ ଫ୍ୟାନ୍ସଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟିଛି । ପତ୍ରଲେଖା ପିନ୍ଧିଥିବା ଏହି ଲେହେଙ୍ଗାରେ ବଙ୍ଗାଳୀ ଭାଷାରେ ଲେଖାଥିଲାଯେ ‘ଭଲପାଇବାର ଏହି ହୃଦୟକୁ ମୁଁ ତୁମକୁ ଅର୍ପଣ କରୁଛି ।’ ରାଜକୁମାର ପିନ୍ଧିଥିବା ସିଲ୍କ କପଡ଼ାର ଧଳା ପାଇଜାମା ସହ ଲାଲ ରଙ୍ଗର ପଗଡ଼ି ତାଙ୍କୁ ଖୁବ୍ ମାନୁଥିଲା । ଅନେକ ବର୍ଷ ଧରି ଲିଭଇନରେ ରହିବା ପରେ ଆଜି ଉଭୟେ ବିବାହ କରିଛନ୍ତି । କହିରଖୁ କି, ଉଭୟଙ୍କ ନିର୍ବନ୍ଧ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଥିଲା । ଯେଉଁଥିରେ ରାଜକୁମାର ପତ୍ରଲେଖାଙ୍କୁ ପ୍ରପୋଜ କରିଥିବା ଦେଖାଯାଉଥିଲା ।

Leave a Reply