ରାଜୀବ ଶୁକ୍ଳା ହେବେ ବିସିସିଆଇର ନୂଆ ସଭାପତି
1 min read
ନୂଆଦିଲ୍ଲୀ: ରାଜୀବ ଶୁକ୍ଳା ହେବେ ବିସିସିଆଇର ନୂଆ ସଭାପତି । ସେ ଆସନ୍ତା ମାସରେ ବର୍ତ୍ତମାନର ଅଧକ୍ଷ ରୋଜର ବିନିଙ୍କ ସ୍ଥାନ ନେବେ । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ଏହି ଖବର ପ୍ରକାଶ ପାଇଛି । ୭୦ ବର୍ଷିୟ ବିନିଙ୍କ ଆସନ୍ତା ଜୁଲାଇ ୧୯ ତାରିଖରେ କାର୍ଯ୍ୟକାଳ ସରୁଛି । ଶୁକ୍ଳାଙ୍କୁ ପ୍ରଥମ ୩ ମାସ ପାଇଁ BCCIର କାର୍ଯ୍ୟକାରୀ ସଭାପତି କରାଯିବ । ତାଙ୍କୁ ୬୫ ବର୍ଷ ବୟସ ହୋଇଛି । ସେପ୍ଟେମ୍ବରରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହେବା ପରେ ଶୁକ୍ଳାଙ୍କୁ ପୂର୍ଣ୍ଣକାଳୀନ କରାଯିବ ।
ରୋଜର ବିନି ଅକ୍ଟୋବର ୨୦୨୨ରେ BCCIର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ସେ ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଥିଲେ । ଜୁଲାଇ ୧୯ ତାରିଖରେ ତାଙ୍କୁ ୭୦ ବର୍ଷରେ ପଦାର୍ପଣ କରୁଛନ୍ତି । ଏଥିପାଇଁ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଜଷ୍ଟିସ ଲୋଧା କମିଟି ସୁପାରିଶ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିସିସିଆଇର ଅଧିକାରୀ ୭୦ ବର୍ଷରୁ ଅଧିକ ବୟସର ହୋଇ ପାରିବେ ନାହିଁ ।