ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର
1 min readନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ରାଜୀବ କୁମାର । ମେ ୧୫ ତାରିଖରେ ସେ କାର୍ଯ୍ୟଭାର ଗ୍ରହଣ କରିବାକୁ ଥିବା ବେଳେ ସେ ୨୦୨୫ ଯାଏଁ ଏହି ପଦବୀରେ ରହିବେ । ତେବେ ବର୍ତ୍ତମାନର ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମେ ୧୪ରେ ଅବସର ନେବେ। ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜୀବ ନୀତି ଆୟୋଗର ଭାଇସ୍ ଚେୟାରମ୍ୟାନ୍ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ସେ ଏପ୍ରିଲ୍ ମାସରେ ଏହି ପଦବୀରୁ ଇସ୍ତଫା ଦେଇଥିଲେ ।
In pursuance of clause (2) of article 324 of the Constitution, the President is pleased to appoint Shri Rajiv Kumar as the Chief Election Commissioner with effect from the 15th May, 2022.
My best wishes to Shri Rajiv Kumar pic.twitter.com/QnFLRLiVPm— Kiren Rijiju (मोदी का परिवार) (@KirenRijiju) May 12, 2022
ସୂଚନା ଅନୁଯାୟୀ, ୧୯୮୪ ମସିହାର ଆଇଏଏସ୍ ଅଫିସର ହେଉଛନ୍ତି ରାଜୀବ କୁମାର । ୨୦୧୪ରେ ମୋଦି ସରକାର ଶାସନକୁ ଆସିବା ପରେ ଯୋଜନା ଆୟୋଗର ନାମ ପରିବର୍ତ୍ତନ ହୋଇ ନୀତି ଆୟୋଗ ହୋଇଥିଲା । ସେ ସମୟରେ ଅରବିନ୍ଦ ପନଗଢିଆ ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ବନିଥିଲେ । ତା’ପରେ ଉପାଧ୍ୟକ୍ଷ ବନିଥିଲେ ରାଜୀବ କୁମାର। ୨୦୧୭ ମସିହାରୁ ରାଜୀବ ସରକାରଙ୍କ ଥିଙ୍କ ଟ୍ୟାଙ୍କର ଭିସି ହୋଇଥିଲେ । ଆହୁରି ମଧ୍ୟ ରାଜୀବ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ କାର୍ଯ୍ୟ କରିସାରିଛନ୍ତି ।