ବଲିଉଡ ଅଭିନେତା ରାଜୀବ କପୁରଙ୍କ ହୃଦଘାତରେ ମୃତ୍ୟୁ

ଋଷି କପୁର ଏବଂ ରଣଧୀର କପୁରଙ୍କ ସାନ ଭାଇ ରାଜୀବ କପୁରଙ୍କ ପରଲୋକ । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସମୟରେ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚେମ୍ବୁରର ଇନଲାକ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ରାଜୀବଙ୍କ ମୃତ୍ୟୁ ଖବରକୁ ତାଙ୍କ ଭାଇ ରଣଧୀର ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ମୁ ମୋ ସାନ ଭାଇକୁ ହରାଇଲି । ସେ ଆଉ ଦୁନିଆରେ ନାହାନ୍ତି । ଡାକ୍ତରଙ୍କ ସତଚେଷ୍ଟା ପରେ ମଧ୍ୟ ସେ ରାଜୀବଙ୍କ ବଞ୍ଚାଇପାରିଲେ ନାହିଁ । ବର୍ତ୍ତମାନ ରାଜୀବଙ୍କ ମୃତଦେହ ପାଇଁ ଆମେ ଅପେକ୍ଷା କରିଛୁ ।