ରାହୁଲ ଗାନ୍ଧୀଙ୍କ ସହ କଥା ନହେବାକୁ କିଏ ରାଜୀବ ବଜାଜଙ୍କୁ ଚେତାବନୀ ଦେଇଥିଲେ ?

ନୂଆଦିଲ୍ଲୀ: ବଜାଜ ଅଟୋ ମ୍ୟାନେଜିଂ ଡାଇରେକ୍ଟର ରାଜୀବ ବଜାଜଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ କଥା ନହେବାକୁ ପରାମର୍ଶ ମିଳିଥିଲା । ଏ କଥା ଖୋଦ ରାଜୀବ ବଜାଜ କହିଛନ୍ତି । ଦେଶର ଅର୍ଥନୀତିକୁ ନେଇ ରାହୁଲ ଗାନ୍ଧୀ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଆଲୋଚନା କରୁଛନ୍ତି । ଏହିକ୍ରମରେ ସେ ଗୁରୁବାର ଦିନ ରାଜୀବ ବଜାଜଙ୍କ ସହ କଥା ହୋଇଥିଲେ ।

କଥାବାର୍ତ୍ତା କାଳରେ ରାଜୀବ ରାହୁଲଙ୍କୁ କହିଥିଲେ ଯେ, ‘‘ଯେତେବେଳେ ମୁଁ କାହାକୁ କହିଲି ଯେ, ରାହୁଲ ଗାନ୍ଧୀଙ୍କ ସହ କଥା ହେବାକୁ ଯାଉଛି ସେତେବେଳେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଥିଲା –ଏମିତି କରନାହିଁ,ଆପଣଙ୍କ ପାଇଁ ଅସୁବିଧା ହୋଇପାରେ’’

ରାଜୀବ ବଜାଜଙ୍କ ଅନୁସାରେ ସେହି ବ୍ୟକ୍ତିଙ୍କ ଅନୁସାରେ,ମିଡିଆ ସହ କଥା ହେବା ଗୋଟିଏ କଥା କିନ୍ତୁ ରାହୁଲଙ୍କ ସହ କଥା ହେବା  ଅଲଗା କଥା ।

ରାହୁଲ ବି ଶୁଣାଇଲେ ତାଙ୍କ ଅନୁଭୁତି

ରାଜୀବଙ୍କ ପରେ ରାହୁଲ ତାଙ୍କ ଅନୁଭୂତି ବଖାଣିଥିଲେ ।  ସେ କହିଥିଲେ ଯେ,‘ କାଲି ମୋର ଜଣେ ମିତ୍ର ମୋତେ ପଚାରିଲେ ଯେ, ଆପଣ ଆଉ କାହା ସହିତ କଥା ହେବାକୁ ଯାଉଛନ୍ତି ? ଆଉ ମୁଁ ତାଙ୍କୁ କହିଲି ଯେ ମୁଁ ମିଷ୍ଟର ବଜାଜଙ୍କ ସହ କଥା ହେବାକୁ ଯାଉଛି’ ଉତ୍ତରରେ ସେହି ବ୍ୟକ୍ତି କହିଲେ ଯେ, ତାଙ୍କର ଦମ୍ ଅଛି । ରାହୁଲଙ୍କ ଅନୁସାରେ ସେ ତାଙ୍କୁ ଯେତେବେଳେ ପୁଣିଥରେ ପଚାରିଲେ ଯେ, ଏହାର ଅର୍ଥ କ’ଣ ,ସେତେବେଳେ ଉତ୍ତର ଆସିଲା ଯେ,‘ଭଲ କଥା ତାଙ୍କ ପାଖରେ ଆପଣଙ୍କ ସହ କଥା ହେବାକୁ ସାହସ ଅଛି’ ।

ଲୋକ ନିଜ କଥା ରଖିବାକୁ ଡରୁଛନ୍ତି

ରାହୁଲ ଗାନ୍ଧୀଙ୍କ ସହ କଥା ହେବା ବେଳେ ରାଜୀବ ଦେଶର ପରିସ୍ଥିତିକୁ ନେଇ ମଧ୍ୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆମର ଏଠି ୧୦୦ ଜଣ କିଛି କହିବାକୁ ଡରୁଛନ୍ତି , ଯେତେବେଳେକି ୯୦ ଜଣଙ୍କ ପାଖରେ ଲୁଚାଇବାକୁ କିଛି ମଧ୍ୟ ନଥାଏ । ମୋ ପିତାଙ୍କ ଭଳି ମତ ରଖିବାର ସାହସ କିଛି କମ ଲୋକ ରଖନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଶିଳ୍ପପତି ମାନେ ମଧ୍ୟ କିଛି ସାଧୁ ନୁହାନ୍ତି କିନ୍ତୁ ସମସ୍ତେ ସମାନ ନୁହନ୍ତି ।

ଲକଡାଉନକୁ କଲେ ସମାଲୋଚନା

ରାହୁଲଙ୍କ ସହ ଦେଶର ଅର୍ଥନୀତି ବାବଦରେ ଆଲୋଚନା କରି ସେ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ।  ଭାରତରେ ଲକଡାଉନ୍ କରୋନାକୁ ଫ୍ଲାଟ୍ କରିପାରନି ନାହିଁ କିନ୍ତୁ ଜିଡିପି କର୍ଭକୁ ଫ୍ଲାଟ୍ କରିଦେଇଛି ବୋଲି ରାଜୀବ ବଜାଜ କହିଛନ୍ତି । ଭାରତ ଏହି ମାମଲାରେ ସ୍ୱିଡେନ୍ କିମ୍ବା ଜାପାନଠାରୁ କିଛି ଶିଖିବାର ଥିଲା । ଭାରତରେ ମାସ୍କ ନପିନ୍ଧିଲେ ଜରିମାନା ସହ ଲୋକଙ୍କୁ ପିଟାଯାଉଛି । ସେମାନଙ୍କୁ ଦେଶଦ୍ରୋହୀ ବୋଲି ଘୋଷଣା କରାଯାଉଛି । ଭାରତରେ ଲକଡାଉନକୁ ସେ ଡ୍ରାକୋନିଆନ୍ ନିୟମ ସହ ତୁଳନା କରିଛନ୍ତି ।

ବାପା ବି କରିଥିଲେ ସମାଲୋଚନା

ସୂଚନାଯୋଗ୍ୟ ଯେ, ଗତବର୍ଷ ଗୋଟିଏ କାର୍ଯ୍ୟକ୍ରମରେ ରାଜୀବଙ୍କ ପିତା ରାହୁଲ ବଜାଜ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ସରକାରଙ୍କୁ ସମାଲୋଚନା କରିଥିଲେ । ସେ କହିଥିଲେ ଯେ,ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି ।

Leave a Reply