୭୧ ବର୍ଷରେ ଥଲାଇବା

ଚେନ୍ନାଇ: ୭୧ ବର୍ଷରେ ସୁପରଷ୍ଟାର ରଜନୀକାନ୍ତ । ଶତାଧିକ ଚଳଚ୍ଚିତ୍ରରେ ଅଭିନୟ କରି କୋଟି କୋଟି ଦର୍ଶକଙ୍କ ହୃଦୟ ଛୁଇଁଥିବା ସୁପରଷ୍ଟାରଙ୍କ ଜନ୍ମଦିନ ଅବସରରେ ଆସିଛି ଅନେକ ଶୁଭେଚ୍ଛା । ୧୯୫୦ ଡିସେମ୍ବର ୧୨ ତାରିଖରେ ଜନ୍ମ ନେଇଥିଲେ ରଜନୀକାନ୍ତ । ତାଙ୍କର ପିଲାଦିନର ନାଁ ଥିଲା ଶିବାଜୀ ରାଓ ଗାଏକଓ୍ବାଡ । କେବଳ ତାମିଲ ସିନେମା ନୁହେଁ ବିଭିନ୍ନ ଭାଷାରେ ସେ ଅଭିନୟ କରି ସାଉଁଟିଛନ୍ତି ପ୍ରଶଂସା ।

ସେ ଫିଲ୍ମଫେୟାର ପୁରସ୍କାର, ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ  ହୋଇଥିଲେ । ୨୦୦୦ରେ ସେ ପଦ୍ମଭୂଷଣ ଓ ୨୦୧୬ରେ ପଦ୍ମବିଭୂଷଣ ଉପାଧି ପାଇଥିଲେ । ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାମିଲ ଫିଲ୍ମ ଅପୂର୍ବା ରାଗାଙ୍ଗଳରେ ପ୍ରଥମ ଥର ଲାଗି ସେ ୧୯୭୫ରେ ଅଭିନୟ ଜଗତରେ ପାଦ ଥାପିଥିଲେ । ପରେ ପରେ ଶତାଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଛୁଇଁଥିଲେ । ଜନ୍ମଦିନ ଅବସରରେ ଶହ ଶହ ପ୍ରଶଂସକ ତାଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଥିଲେ ।

Leave a Reply