ରାଜନୀତିକୁ ଏଣ୍ଟ୍ରି କରିପାରନ୍ତି ସୁପରଷ୍ଟାର ରଜନୀକାନ୍ତ…

ନୂଆଦିଲ୍ଲୀ: ରାଜନୀତିକୁ ଏଣ୍ଟ୍ରି କରିପାରନ୍ତି ସୁପରଷ୍ଟାର ରଜନୀକାନ୍ତ । ହେଲେ ଏହାକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ସୋମବାର ସକାଳେ ନିଜ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମ୍ ସହ ବୈଠକରେ ଯୋଗଦେଇଥିଲେ ମଧ୍ୟ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ ।

ବୈଠକରେ ଜିଲ୍ଲା ସଚିବମାନଙ୍କ ନିକଟରେ ନିଜ ମତ ରଖିଥିବା ବେଳେ ସକ୍ରିୟ ରାଜନୀତିକୁ ନେଇ କୌଣସି ନିଷ୍ପତ୍ତି ନେଲେ ପାର୍ଟି ସଦସ୍ୟମାନଙ୍କର ସମର୍ଥନ ଲୋଡିବେ ବୋଲି କହିଛନ୍ତି ରଜନୀକାନ୍ତ । ଏହା ସହିତ ରାଜନୀତିରେ ଏଣ୍ଟ୍ରି କଲେ ଖୁବ୍ ଶୀଘ୍ର ଘୋଷଣା କରିବେ ବୋଲି କହିଛନ୍ତି ।

ଆସନ୍ତାବର୍ଷ ତାମିଲନାଡୁରେ ବିଧନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ନେଇ ପ୍ରମୁଖ ରାଜନୈତିକ ଦଳଗୁଡିକ ମଧ୍ୟରେ ସକ୍ରିୟତା ଦେଖିବାକୁ ମିଳିଛି । ତେବେ ଏପରି କ୍ଷେତ୍ରରେ ସୁପରଷ୍ଟାର ରଜନୀକାନ୍ତ ସକ୍ରିୟ ରାଜନୀତିକୁ ଓହ୍ଲାଇବେ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଗତ ଦୁଇ ବର୍ଷ ହେବ ରାଜନୀକାନ୍ତ ପ୍ରତ୍ୟେକ୍ଷ ପଲଟିକ୍ସରେ ନଥିଲେ ମଧ୍ୟ ନିଜ ପାର୍ଟି କାର୍ଯ୍ୟରେ ଯୋଡି ହୋଇ ରହିଛନ୍ତି । ତେବେ ସୋସିଆଲ ମିଡିଆରେ ଏନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କୁ ରାଜନୀତିକୁ ଆସନ୍ତୁ ବୋଲି ତାଙ୍କର ଅନେକ ସମର୍ଥକ ଲେଖିଛନ୍ତି ।

Leave a Reply