ପାକିସ୍ତାନ ଗଣମାଧ୍ୟମର ପ୍ରଶ୍ନ, କଡ଼ା ଜବାବ ଦେଲେ ରାଜୀବ ଶୁକ୍ଲା
1 min read
ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଆୟୋଜନ କରିଥିବାବେଳ ପ୍ରଥମେ ଦଳ ଫାଇନାଲରୁ ବାହାର ହୋଇଥିଲା ଆଉ ଏବେ ଫାଇନାଲ ପାକିସ୍ତାନରୁ ବାହାର ହୋଇଛି । କାରଣ ଭାରତ ଫାଇନାଲରେ ପହଞ୍ଚିଥିବାବେଳେ ଫାଇନାଲ ଦୁବାଇରେ ହିଁ ହେବ । ତେବେ ଦ୍ବିତୀୟ ସେମିଫାଇନାଲ ନ୍ୟୁଜିଲଶଣ୍ଡ ବିଜୟୀ ହୋଇଛି । ତେବେ ଏହି ମ୍ୟାଚ ସମୟରେ ପାକିସ୍ତାନରେ ଉପସ୍ଥିତ ରହିଥିଲେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା । ତେବେ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ତାଙ୍କୁ ବିଭିନ୍ନ ପ୍ରଶ୍ନମାନ ପଚରା ଯାଇଥିଲା ।
ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ରାଜୀବ ଶୁକ୍ଲାଙ୍କୁ ଏକ କଡ଼ା ପ୍ରଶ୍ନ ପଚରା ଯାଇଥିଲା । କୁହାଯାଇଥିଲା କି, ଭାରତ କେବଳ ଗୋଟିଏ ସ୍ଥାନରେ ମ୍ୟାଚ ଖେଳୁଛି । ମାତ୍ର ଅନ୍ୟ ଦଳମାନେ ଟ୍ରାଭେଲ କରିବାକୁ ପଡ଼ୁଛି । ଏହା କଣ ଅନ୍ୟାୟ ନୁହେଁ କି ? ଯାହାର ଉତ୍ତରରେ କଡ଼ା ଜବାବା ଦେଇଥିଲେ ରାଜୀବ ଶୁକ୍ଲା । ସେ କହିଥିଲେ କି, ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଆଇସିସି କହିଥିଲା କି, ଭାରତ ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ବାକି ମ୍ୟାଚ ପାକିସ୍ତାନରେ ହେବ । ଏବେ ଏଥିରେ ନ୍ୟାୟ ଅନ୍ୟାୟ କଥା ଉଠୁଛି କେଉଁଠି । ଭାରତ ଅଲଗା ଅଲଗା ପିଚରେ ଖେଳୁଛି । ଭାରତ ନିଜ ଦମରେ ଖେଳୁଛି । ସେ ଯେମିତି ପରିସ୍ଥିତି ହେଲେ ମଧ୍ୟ ଦଳ ସବୁବଳେ ଭଲ ପ୍ରଦର୍ଶନ କରୁଛି ।
ସେପଟେ ଗୌତମ ଗମ୍ଭୀର ମଧ୍ୟ ଦୁବାଇରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମାନ ପ୍ରଶ୍ନର ସାମ୍ନା କରିଥିଲେ । ଗମ୍ଭୀର କହିଥିଲେ ଯେ ଯେଉଁମାନେ ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳୁଥିବା ନେଇ ଅଭିଯୋଗ କରୁଛନ୍ତି, ଯାହା ଏହାକୁ ଏକ ସୁବିଧା ଦେଉଛି, ସେମାନଙ୍କୁ ଟିକେ ବଡ଼ ହେବା ଆବଶ୍ୟକ। ସେ କହିଥିଲେ ଯେ ଆମେ ଦୁବାଇରେ ଖେଳୁଛୁ କିନ୍ତୁ ଏହି ପଡ଼ିଆ ଆମ ପାଇଁ ଅନ୍ୟ ଦଳଗୁଡ଼ିକ ପରି ନିରପେକ୍ଷ। ଆମେ ଏଠାରେ ଅଭ୍ୟାସ ମଧ୍ୟ କରୁନାହୁଁ। ଏଥିପାଇଁ ଆମେ ICC କ୍ରିକେଟ୍ ଏକାଡେମୀକୁ ମଧ୍ୟ ଯାଉ, ଯେଉଁଠାର ପରିସ୍ଥିତି ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମଠାରୁ ସମ୍ପୂର୍ଣ୍ଣ ଭିନ୍ନ।