ରାଜୀବ ବାନାର୍ଜୀଙ୍କ ଘର ବାହୁଡ଼ା

1 min read

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ତୃଣ ମୂଳ କଂଗ୍ରେସର ନେତା ରାଜୀବ ବାନାର୍ଜୀ । କିନ୍ତୁ ଆଜି ରାଜୀବ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଛନ୍ତି । ଟିଏମସିରେ ଯୋଗ ଦେବା ପରେ ରାଜୀବ କହିଥିଲେ କି ବିଜେପିରେ ଯୋଗ ଦେବା ନିଷ୍ପତି ଏକ ବଡ଼ ଭୁଲଥିଲା । ସେ ଆହୁରି କହିଛନ୍ତି କି ଅଭିଷେକ ବାନାର୍ଜୀ ଏଆଂ ମମତା ବାନାର୍ଜୀ ମୋତେ ପୂନର୍ବାର ଟିଏମସିରେ ଯୋଗ ଦେବାକୁ ଅନୁମିତ ଦେଇଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ । ରାଜୀବ ବାନାର୍ଜୀ ଅଭିଯୋଗ କରିଥିଲେ କି ମୁଁ ବିଜେପିରେ ଯୋଗ ଦେବା ପୂର୍ବରୁ ରୋଜଗାର ଓ କୃଷି ଉପରେ ବିକାଶ ପାଇଁ ସେମାନେ ମୋତେ ପ୍ରତିଶୃତି ଦେଇଥିଲେ । କିନ୍ତୁ ସେହି ପ୍ରତିଶୃତିକୁ ପୂରଣ କରିନଥିଲା ଭାରତୀୟ ଜନତା ପାର୍ଟି । ବିଜେପି ବିରୋଧରେ ସେ ଆହୁରି କହିଛନ୍ତି କି ବିଜେପିର ମୁଖ୍ୟ ଏଜେଣ୍ଡା ହେଉଛି ଭୋଟ୍ ରାଜନୀତି ଓ ଧାର୍ମିକ ରାଜନୀତି । ସେ କହିଛନ୍ତି କି ମୁଁ ମଧ୍ୟ କୃଷିକ୍ଷେତ୍ରରେ ବୃଦ୍ଧି ହେଉ ଏବଂ ଯୁବକମାନଙ୍କ ପାଇଁ ରୋଜଗାର ଚାହୁଁଛି । ମୁଁ ବିଜେପିର କେନ୍ଦ୍ରୀୟ ନେତାଙ୍କୁ କହିଥିଲି ଯଦି ସେମାନେ ଶିଳ୍ପର ବିକାଶ ଚାହୁଁଛ ତେବେ ଡୁନଲୋପ୍ କାରାଖାନାକୁ ଖେଲିବାକୁ । କିନ୍ତୁ ସେମାନଙ୍କର ଏକ ମାତ୍ର ଏଜେଣ୍ଡା ଥିଲା ଭୋଟ୍‌ ବୃଦ୍ଧି । ସେମାନଙ୍କ ମୁଖ୍ୟ ଏଜେଣ୍ଡା ଥିଲା ଧାର୍ମିକ ରାଜନୀତି ।

ଅନ୍ୟପଟେ ତୃଣମୂଳ କଂଗ୍ରେସରେ ଯୋଗ ଦେବା ପରେ ରାଜୀବ ବାନାର୍ଜୀ କହିଛନ୍ତି କି ମୁଁ ଏମିତି ନିଷ୍ପତି ନେଇଥିଲା ଯାହା ମମତା ମୋତେ ନେବାକୁ ମନା କରିଥିଲେ । ଅଭିଷେକ ବାନାର୍ଜୀ ବି ମୋତେ ବହୁତ ବୁଝାଇଥିଲେ କିନ୍ତୁ ମୁଁ ସେମାନଙ୍କ ବିରୋଧରେ ଯାଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲି । ଯେଉଁଥି ପାଇଁ ଆଜି ମୁଁ ଲଜ୍ଜିତ । ଏଥିସହ ମମତା ବାନାର୍ଜୀଙ୍କ ଉପରେ ବିଶ୍ବାସ ରଖିବାକୁ ତ୍ରିପୁରା ଲୋକଙ୍କୁ ଅନୁରୋଧ କରିଥିଲେ ରାଜୀବ । ସେ ଆହୁରି କହିଛନ୍ତି କି ମମତା ବାନାର୍ଜୀ କେବଳ ପଶ୍ଚିମବଙ୍ଗର ନେତା ନୁହଁନ୍ତି ସେ ପୂରା ଦେଶର ନେତା ।

ରଜୀବ ଟିଏସିରେ ଯୋଗ ଦେବା ଅବସରରେ ଅଭିଷେକ ବାନାର୍ଜୀଙ୍କ ଉଦ୍ଦେଶ୍ୟରେ କହିଥିଲେ କି ତ୍ରିପୁରା ହେଉଛି ତାଙ୍କର ଲକ୍ଷ୍ୟ । ଆମର ସଂସ୍କୃତି ଓ ତ୍ରିପୁରାର ସଂସ୍କୃତି ସମାନ । ତେଣୁ ବିକାଶ ମଧ୍ୟ ତ୍ରିପୁରାରେ ପହଞ୍ଚିବା ଦରକାର, ଯାହା ଦୁଇ ବର୍ଷ ପୂର୍ବେ ଚିନ୍ତା କରାଯାଇଥିଲା  । ଆଗାମୀ ଦିନରେ ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀ କେବଳ ପଶ୍ବିମବଙ୍ଗର ନେତା ନୁହଁନ୍ତି ସେମାନେ ଅନ୍ୟ ରାଜ୍ୟର ବି ବଡ଼ ନେତା ହେବେ । ତ୍ରିପୁରା ଲୋକ କଂଗ୍ରେସ ଓ ସିପିଆଇଏମ ଉପରେ ବିଶ୍ବାସ ନକରି ମମତାଙ୍କ ଉପରେ କରିବାକୁ କହିଛନ୍ତି ରାଜୀବ । ତ୍ରିପୁରା ଲୋକ ମୋ ପରି ଭୁଲ କର ନାହିଁ । ବିଜେପି ଉପରୁ ମୋର ବିଶ୍ବାସ ଭାଙ୍ଗିଗଲା । ତୁମର ବି ଭାଙ୍ଗିଯିବ ବୋଲି କହିଛନ୍ତି ରାଜୀବ ବାନାର୍ଜୀ ।

Leave a Reply