ବିଛଣା ଉପରେ ପଡ଼ିରହିଛି ବାପାମାଆ ଓ ୨ ଛୁଆଙ୍କ ମରଶରୀର

ରାଉରକେଲା: ବନ୍ଦ ଘରୁ ଉଦ୍ଧାର ହେଲା ୪ ଜଣଙ୍କ ମୃତଦେହ । ସୁନ୍ଦରଗଡ଼ ରାଜଗାଙ୍ଗପୁର ଆଇଟି କଲୋନୀର ଏକ ବନ୍ଦ ଘରୁ ପୋଲିସ ୪ଟି ମୃତଦେହ ଉଦ୍ଧାର କରିଛି । ବାପାମାଆଙ୍କ ସହ ୨ ଛୁଆଙ୍କ ମୃତଦେହ ମିଳିଛି । ବନ୍ଦ ଘରଟି ଜଣେ ଓସିଏଲ କର୍ମଚାରୀଙ୍କର ବୋଲି ଜଣାପଡ଼ିଛି ।କିଛିଦିନ ହେବ ଘରଟି ବନ୍ଦ ରହିଥିଲା । ସକାଳୁ ପଚା ଦୁର୍ଗନ୍ଧ ହେବାରୁ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ରାଜଗାଙ୍ଗପୁର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତ ରଞ୍ଜିତ ପ୍ରସାଦ, ତାଙ୍କ ସ୍ତ୍ରୀ ଓ ୨ ଛୁଆଙ୍କ ମୃତଦେହ ଉଦ୍ଧାର କରିଛି ।
ତଦନ୍ତ ଚାଲିଛି, ଶବ ବ୍ୟବଚ୍ଛେଦ ପରେ ସମୂହ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।