ରିୟାଙ୍କ ସାକ୍ଷାତକାର ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ରାଜଦୀପ, ପ୍ରଶ୍ନ କଲେ ବୁଦ୍ଧାଦିତ୍ୟ

1 min read

ଭୁବନେଶ୍ୱର: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ପ୍ରଥମ ଥର ପାଇଁ ମିଡିଆ ଆଗରେ ନିଜ ମୁହଁ ଖୋଲିଛନ୍ତି । ଗତକାଲି ଇଣ୍ଡିଆ ଟୁଡେର ରାଜଦୀପ ସରଦେଶାଇଙ୍କୁ ସେ ମାରାଥନ ସାକ୍ଷାତକାର ଦେଇଥିଲେ । ରିୟାଙ୍କ ସେହି ସାକ୍ଷାତକାର ପରେ ଖାଲି ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ୍ ନୁହନ୍ତି ଖୋଦ ରାଜଦୀପଙ୍କୁ ମଧ୍ୟ ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନମାନଙ୍କ ଆକ୍ରୋଶରୋ ଶିକାର ହେବାକୁ ପଡୁଛି ।

ସୁଶାନ୍ତଙ୍କୁ ନେଇ ରାଜଦୀପଙ୍କୁ ପୂର୍ବ ବକ୍ତବ୍ୟ ଏବେ ତାଙ୍କ ପାଇଁ ମହଙ୍ଗା ପଡିଛି । ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ରାଜଦୀପ ତାଙ୍କୁ ଜଣେ ମେଡିକୋର ଆକ୍ଟର ବୋଲି କହିଥିଲେ । ଏହାକୁ ନେଇ ସେତେବେଳେ ବିବାଦ ସୃଷ୍ଟି ହୋଇଥିଲା । ଆଉ ଏବେ ସୁଶାନ୍ତଙ୍କ ଫ୍ୟାନ୍ ରାଜଦୀପଙ୍କୁ ପଚାରୁଛନ୍ତି ସୁଶାନ୍ତ ଯଦି ମେଡିକୋର ଆକ୍ଟର ଥିଲେ ତେବେ ରିୟା ଏମିତି କେତେଟା ଓସ୍କାର ଫିଲ୍ମଫେୟାର ପାଇଛନ୍ତି ଯେ, ତାଙ୍କର ସେ ଦୁଇ ଘଣ୍ଟିଆ ସାକ୍ଷାତକାର ନେଇଗଲେ ?

ରାଜଦୀପଙ୍କୁ ସମାଲଚନା କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ସୁଶାନ୍ତଙ୍କ ଭଉଣୀ  ଭଉଣୀ ଶ୍ୱେତା ସିଂ କୀର୍ତ୍ତି ମଧ୍ୟ ସାମିଲ ଅଛନ୍ତି  ।   ସୁଶାନ୍ତଙ୍କୁ ମଧ୍ୟମ ଶ୍ରେଣୀର ଅଭିନେତା କହି ଥିବାରୁ ଶ୍ୱେତା ରାଜଦୀପଙ୍କ ଉପରେ ରାଗି ଯାଇଛନ୍ତି । ଏହା ସହିତ ଏହି ଭିଡ଼ିଓକୁ ବ୍ଲକ କରିବାକୁ ଅନୁରୋଧ କରିଛନ୍ତି । ରିୟାଙ୍କୁ ଗିରଫ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ସୁଶାନ୍ତଙ୍କ ଭଉଣୀ ରିୟା ।

 

ରାଜଦୀପଙ୍କୁ ତାଙ୍କ ସାକ୍ଷାତକାର ପାଇଁ ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଧ୍ୟ ସମାଲୋଚନା କରିଛନ୍ତି । ସେ ଏକ ଫେସବୁକ୍ ପୋଷ୍ଟରେ ରାଜଦୀପ ରିୟାଙ୍କୁ ଭିକ୍ଟିମ୍ କାର୍ଡ ଖେଳିବାର ସୁଯୋଗ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ରାଜଦୀପ ରିୟାଙ୍କୁ ଏମିତି ପ୍ରଶ୍ନ ପଚାରିଛନ୍ତି ଯାହାର ଉତ୍ତର ସେ ନା’ରେ ଦେଇ ପାରିବେ କିନ୍ତୁ ସୁଶାନ୍ତ ଗଂଜେଇ ଟାଣୁଥିଲେ,ତାଙ୍କର ପିତାଙ୍କ ସହ ସଂପର୍କ ଭଲ ନଥିଲା ଭଳି କଥା ଏଥିରେ ଅଛି । ମହେଶ ଭଟ୍ଟଙ୍କୁ ନେଇ କ’ଣ ପାଇଁ କୌଣସି ପ୍ରଶ୍ନ ନଥିଲା ବୋଲି ବୁଦ୍ଧାଦିତ୍ୟ ପଚାରିଛନ୍ତି ।

 

 

 

Leave a Reply