ସିକରରୁ ଦିଲ୍ଲୀ, ୩୫୦ କିଲୋମିଟର ଦୌଡ଼ି ଚର୍ଚ୍ଚାରେ ରାଜସ୍ଥାନ ଯୁବକ, ସ୍ୱପ୍ନ ଭାରତୀୟ ସୈନ୍ୟ…

1 min read

ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀ ଏନସିଆରର ଜଣେ ଯୁବକଙ୍କ ଏକ ଭିଡ଼ିଓ ଖୁବ୍‌ ଭାଇରାଲ ହେଉଥିଲା, ଯେଉଁଥିରେ ଯୁବକ ଜଣକ ଦୈନିକ ୧୦ ମିଲୋମିଟର ଦୌଡ଼ୁଥିଲେ । ଭାରତୀୟ ସେନାରେ ପ୍ରବେଶ କରିବାର ତାଙ୍କର ଏହି ଇଛା ଏବଂ ଆତ୍ମବିଶ୍ୱାସ ପାଇଁ ଲୋକେ ତାଙ୍କୁ ପ୍ରଶଂସା କରୁଥିଲେ ।  ସେହିଭଳି ଏକ ସମାନ ଘଟଣା ସୋସିଅଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଯୁବକଙ୍କୁ ସିକରରୁ ଦିଲ୍ଲୀ ୩୫୦ କିଲୋମିଟର ଦୌଡ଼ି ଦୌଡ଼ି ଆସିଥିବାର ଦେଖିବାକୁ ମିଳିଛି । ଏହା ପଛର ଲକ୍ଷ୍ୟ ମଧ୍ୟ ଭାରତୀୟ ସେନା ।

ରାଜସ୍ଥାନର ସୁରେଶ ଭିଚାର ।  ସିକରରୁ ନୂଆଦିଲ୍ଲୀ, ୩୫୦ କିଲୋମିଟର ରାସ୍ତାକୁ ୫୦ ଘଣ୍ଟାରେ ଅତିକ୍ରମ କରିଛନ୍ତି, ତାହା ମଧ୍ୟ ଦୌଡ଼ି ଦୌଡ଼ି । ତେବେ ଭାରତୀୟ ସେନାରେ ନିଯୁକ୍ତି ବିଳମ୍ବ ହେବାରୁ ବିକ୍ଷୋଭ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ୨୪ ବର୍ଷୀୟ ଏକ ଯୁବକ ଏବେ ଖୁବ୍‌ ଭାଇରାଲ ହେଉଛନ୍ତି ।

 

ସୂଚନା ଅନୁସାରେ ୨୪ ବର୍ଷୀୟ ଭିଚାରଙ୍କ ଘର ହେଉଛି ନାଗପୁରରେ । ଭାରତୀୟ ସେନାରେ ଯୋଗ ଦେବାରେ ପ୍ରବଳ ଇଛା ଥିଲେ ମଧ୍ୟ ଦୁଇ ବର୍ଷ ହେବ ନିଯୁକ୍ତିରେ ବିଳମ୍ବ ହେଉଛି । ଧୀରେ ଧୀରେ ମନ ମଧ୍ୟ ବୃଦ୍ଧ ହେଉଛି ।  ଧୀରେ ଧୀରେ ଅନ୍ୟମାନେ ଚାକିରି ଉପରୁ ବିଶ୍ୱାସ ଛାଡ଼ିବା ଆରମ୍ଭ କଲେଣି । ଅନ୍ୟ ମାନଙ୍କ ମନୋବଳ ବଢ଼ାଇବାକୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ଭିଚାର ପ୍ରତିଦିନ ୭ରୁ ୮ ଘଣ୍ଟା ଦୌଡ଼ିବାରେ ଅତିବାହିତ କରନ୍ତି । ତାହା ମଧ୍ୟ ଭୋର୍‌ ୪ଟାରୁ ।