ସିକରରୁ ଦିଲ୍ଲୀ, ୩୫୦ କିଲୋମିଟର ଦୌଡ଼ି ଚର୍ଚ୍ଚାରେ ରାଜସ୍ଥାନ ଯୁବକ, ସ୍ୱପ୍ନ ଭାରତୀୟ ସୈନ୍ୟ…
1 min readନୂଆଦିଲ୍ଲୀ: ନିକଟରେ ଦିଲ୍ଲୀ ଏନସିଆରର ଜଣେ ଯୁବକଙ୍କ ଏକ ଭିଡ଼ିଓ ଖୁବ୍ ଭାଇରାଲ ହେଉଥିଲା, ଯେଉଁଥିରେ ଯୁବକ ଜଣକ ଦୈନିକ ୧୦ ମିଲୋମିଟର ଦୌଡ଼ୁଥିଲେ । ଭାରତୀୟ ସେନାରେ ପ୍ରବେଶ କରିବାର ତାଙ୍କର ଏହି ଇଛା ଏବଂ ଆତ୍ମବିଶ୍ୱାସ ପାଇଁ ଲୋକେ ତାଙ୍କୁ ପ୍ରଶଂସା କରୁଥିଲେ । ସେହିଭଳି ଏକ ସମାନ ଘଟଣା ସୋସିଅଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଯୁବକଙ୍କୁ ସିକରରୁ ଦିଲ୍ଲୀ ୩୫୦ କିଲୋମିଟର ଦୌଡ଼ି ଦୌଡ଼ି ଆସିଥିବାର ଦେଖିବାକୁ ମିଳିଛି । ଏହା ପଛର ଲକ୍ଷ୍ୟ ମଧ୍ୟ ଭାରତୀୟ ସେନା ।
ରାଜସ୍ଥାନର ସୁରେଶ ଭିଚାର । ସିକରରୁ ନୂଆଦିଲ୍ଲୀ, ୩୫୦ କିଲୋମିଟର ରାସ୍ତାକୁ ୫୦ ଘଣ୍ଟାରେ ଅତିକ୍ରମ କରିଛନ୍ତି, ତାହା ମଧ୍ୟ ଦୌଡ଼ି ଦୌଡ଼ି । ତେବେ ଭାରତୀୟ ସେନାରେ ନିଯୁକ୍ତି ବିଳମ୍ବ ହେବାରୁ ବିକ୍ଷୋଭ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ୨୪ ବର୍ଷୀୟ ଏକ ଯୁବକ ଏବେ ଖୁବ୍ ଭାଇରାଲ ହେଉଛନ୍ତି ।
#WATCH दिल्ली: भारतीय सेना में शामिल होने के लिए इच्छुक एक युवा राजस्थान के सीकर से दिल्ली में एक प्रदर्शन में शामिल होने के लिए 50 घंटे में 350 किलोमीटर दौड़कर पहुंचा। pic.twitter.com/rpRVH8k4SI
— ANI_HindiNews (@AHindinews) April 5, 2022
ସୂଚନା ଅନୁସାରେ ୨୪ ବର୍ଷୀୟ ଭିଚାରଙ୍କ ଘର ହେଉଛି ନାଗପୁରରେ । ଭାରତୀୟ ସେନାରେ ଯୋଗ ଦେବାରେ ପ୍ରବଳ ଇଛା ଥିଲେ ମଧ୍ୟ ଦୁଇ ବର୍ଷ ହେବ ନିଯୁକ୍ତିରେ ବିଳମ୍ବ ହେଉଛି । ଧୀରେ ଧୀରେ ମନ ମଧ୍ୟ ବୃଦ୍ଧ ହେଉଛି । ଧୀରେ ଧୀରେ ଅନ୍ୟମାନେ ଚାକିରି ଉପରୁ ବିଶ୍ୱାସ ଛାଡ଼ିବା ଆରମ୍ଭ କଲେଣି । ଅନ୍ୟ ମାନଙ୍କ ମନୋବଳ ବଢ଼ାଇବାକୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ଭିଚାର ପ୍ରତିଦିନ ୭ରୁ ୮ ଘଣ୍ଟା ଦୌଡ଼ିବାରେ ଅତିବାହିତ କରନ୍ତି । ତାହା ମଧ୍ୟ ଭୋର୍ ୪ଟାରୁ ।