ସରୁନି ଡ୍ରାମା: ଅଶୋକ ଗେହଲଟ୍‌‌ଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌‌କୁ ବଡ଼ ଆସ୍ୱସ୍ଥି ମିଳିଛି । ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ମଦନ ଦିଲାୱରଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ବାହୁଜନ ସମାଜ ପାର୍ଟି (ବିଏସପି) ର ସମସ୍ତ ୬ ଜଣ ବିଧାୟକଙ୍କ କଂଗ୍ରେସରେ ବିଲିନ ହେବା ଅଭିଯୋଗ କରି ମଦନ ଦିଲାୱର ଏକ ପିଟିସନ ଦାଖଲ କରିଥିଲେ । ଯାହାକୁ ହାଇକୋର୍ଟ ଖାରଜ କରିଛନ୍ତି ।

ବାସ୍ତବରେ ବିଜେପି ବିଧାୟକ ମଦନ ଦିଲାୱର କଂଗ୍ରେସରେ ୬ ଜଣ ବିଏସପି ବିଧାୟକଙ୍କ ମିଶ୍ରଣ ବିରୋଧରେ ବାଚସ୍ପତି ସିପି ଯୋଶୀଙ୍କ ନିକଟରେ ଦାଖଲ ହୋଇଥିବା ଆବେଦନ ଉପରେ କୌଣସି ପଦକ୍ଷେପ ନିଆ ନଯିବା କାରଣରୁ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଆବେଦନକୁ ଖାରଜ କରିଛନ୍ତି ।

Madan Dilawar

ବିଏସ୍‌ପି ଆବେଦନ ମଧ୍ୟ ଖାରଜ

ବିଜେପି ବିଧାୟକ ମଦନ ଦିଲୱାରଙ୍କ ଆବେଦନର ବିରୋଧରେ ମଧ୍ୟ ବିଏସପି କୋର୍ଟରେ ପିଟିସନ୍‌ ଦାଖଲ କରିଥିଲା । ବିଏସ୍‌ପିର ଆବେଦନ ଉପରେ ଶୁଣାଣି ବେଳେ ସୋମବାର ହାଇକୋର୍ଟ କହିଛନ୍ତି ଯେ, ଯେତେବେଳେ ମଦନ ଦିଲାୱରଙ୍କ ଆବେଦନ ଖାରଜ ହୋଇସାରିଛି, ତେବେ ବିପକ୍ଷ ଦଳ ହେବାର କୌଣସି ଆବଶ୍ୟକତା ନାହିଁ ।

କ’ଣ ଥିଲା ପୁରା ବିଷୟ ?

୪ ମାସ ପୂର୍ବେ ବାଚସ୍ପତି ସିପି ଯୋଶୀଙ୍କ ସମ୍ମୁଖରେ ବିଜେପି ବିଧାୟକ ମଦନ ଦିଲାୱର, ବିଏସପି ବିଧାୟକ ଲଖନ ସିଂ, ରାଜେନ୍ଦ୍ର ସିଂ ଗୁଢ଼ା, ଦୀପଚନ୍ଦ ଖେଡ଼ିଆ, ଯୋଗେନ୍ଦ୍ର ସିଂ ଆୱାନା, ସନ୍ଦୀପ କୁମାର ଏବଂ ବାଜିବ ଅଲି କଂଗ୍ରେସରେ ଯୋଗଦେବା ବିରୋଧରେ ଅଭିଯୋଗ କରିଥିଲେ ।

Madan Dilawar

ମଦନ ଦିଲୱାର ଏହି ୬ ଜଣ ବିଧାୟକଙ୍କୁ ଦଳବଦଳ ଆଇନ୍‌ ଉଲଂଘନ ଅନୁଯାୟୀ ବିଧାନସଭାର ସଦସ୍ୟତା ପଦରୁ ବହିଷ୍କାର କରାଯାଉ ବୋଲି ଦାବି କରିଥିଲେ । ନିୟମ ଅନୁଯାୟୀ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ସେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ବାଚସ୍ପତି ଏନେଇ କୌଣସି ନିଷ୍ପତ୍ତି ନେଇଥିଲେ । ଫଳରେ ମଦନ ଦିଲାଓ୍ୱର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave a Reply