ଶେଷ ଓଭରରେ ଜିତିଲା ରାଜସ୍ଥାନ ରୟାଲ୍ସ, ମ୍ୟାଚ୍ ଜିତାଇଲେ ମୋରିସ୍

1 min read
Rajasthan Royals won by 3 wickets Against Delhi Capitals

ମୁମ୍ବାଇ: ଆଇପିଏଲର ସପ୍ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଥିଲେ । ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା ରାଜସ୍ଥାନ ରୟାଲ୍ସ । ନିର୍ଦ୍ଧାରିତ ୨୦ ଓଭରରେ ଋଷଭ ପନ୍ତଙ୍କ ୩୨ ବଲରେ ୫୧ ରନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା । ଜବାବରେ ବ୍ୟାଟିଂ ଆରମ୍ଭ କରିଥିବା ରାଜସ୍ଥାନ ରୟାଲ୍ସ ୧୯.୪ ଓଭରରେ ୩ ୱିକେଟରେ ମ୍ୟାଚକୁ ଜିତି ନେଇଛି ।

Rajasthan Royals won by 3 wickets Against Delhi Capitals

ପ୍ରଥମ ୪ ଓଭରରେ ୧୭ ରନ୍ କରି ୩ ୱିକେଟ୍ ହରାଇଥିଲା ରାଜସ୍ଥାନ ରୟାଲ୍ସ । ଶେଷ ୯ ବଲରେ ରାଜସ୍ଥାନ ରୟାଲ୍ସକୁ ୨୧ ରନ୍ ଆବଶ୍ୟକତା ଥିଲା । କ୍ରିସ୍ ମୋରିସ୍ ଏକ ଛକା ମାରିବା ସହ ରାଜସ୍ଥାନକୁ ବଳ ଦେଇଥିଲେ । ଶେଷ ଓଭରର ଦ୍ୱିତୀୟ ବଲରେ ମୋରିସ୍ ଆଉ ଏକ ଛକା ମାରିଥିଲେ । ଚତୁର୍ଥ ବଲରେ ଆଉ ଏକ ଛକା ମାରି ଦଳକୁ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ ମୋରିସ୍ ।

Rajasthan Royals won by 3 wickets Against Delhi Capitals

୧୯.୪ ବଲରେ ରାଜସ୍ଥାନ ରୟାଲ୍ସ ୭ ୱିକେଟ୍ ହରାଇ ୧୫୦ ରନ୍ କରି ୩ ୱିକେଟରେ ମ୍ୟାଚ ଜିତିଛି । ଦଳ ପକ୍ଷରୁ କ୍ରିସ୍ ମୋରିସ୍ ଅପରାଜିତ ୧୮ ବଲରେ ୪ଟି ଛକା ମାରି ୩୬ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେଭିଡ୍ ମିଲର ୪୩ ବଲରେ ସର୍ବାଧିକ ୬୨ ରନ୍ କରିଥିଲେ । ବିଜୟ ସହ ରାଜସ୍ଥାନ ଆଇପିଏଲ୍ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଉଠିଥିବା ବେଳେ ପରାଜୟ ସତ୍ତ୍ୱେ ଦିଲ୍ଲୀ କ୍ୟାପିଟାଲ୍ସ ଚତୁର୍ଥ ସ୍ଥାନରେ ରହିଛି ।

Leave a Reply