ରାଜସ୍ଥାନ ରାଜନୀତି: ଦୁଇ ବିଧାୟକଙ୍କୁ ନିଲମ୍ବିତ କଲା କଂଗ୍ରେସ

rajasthan political crisis: congress randeep surjewala says bjp tried to buy mlas in 20 to 35 crores

ଜୟପୁର: ରାଜସ୍ଥାନରେ ଉଠିଥିବା ରାଜନୈତିକ ଝଡ଼ ଶାନ୍ତ ହେବାର ନାଁ ନେଉ ନାହିଁ । ଅଡିଓ ରେକର୍ଡ ସାର୍ବଜନିକ ହେବା ପରେ ଏବେ କଂଗ୍ରେସ ବିଜେପି ଉପରେ ଆକ୍ରମଣ କରିଛି । ଦଳର ବରିଷ୍ଠ ନେତା ରଣଦୀପ ସୁରଜବାଲା ଶୁକ୍ରବାର ଦିନ କହିଛନ୍ତି ଯେ, ୨୦ରୁ ୩୫କୋଟି ଟଙ୍କା  ଦେଇ ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରାଯାଉଛି । ଭିଡିଓ କନଫରେନ୍ସ ଜରିଆରେ ମିଡ଼ିଆକୁ ସମ୍ବୋଧିତ କରି ସୁରଜେବାଲା କହିଛନ୍ତି ଯେ, କରୋନା ଭାଇରସ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷରୁ ଅଧିକ ହୋଇଯାଇଛି ଏବଂ ଚୀନ ମଧ୍ୟ ଆମ ଜମି ଉପରେ ତା କବଜାରେ କରିଛି । ଏହା ପରେ ସରକାର ରାଜନୀତିରେ ମାତିଛନ୍ତି । ଅନ୍ୟପଟେ ଆଜି ସଞ୍ଜୟ ଜୈନ ପୋଲିସ  ହେପାଜତକୁ ଯାଇଛନ୍ତି ।

ସେ କହିଛନ୍ତି ଯେ, ଏଥର ବିଜେପି ଭୁଲ ରାଜ୍ୟକୁ ବାଛିଛି । ଏହି ଅବସରରେ ସୁରଜେବାଲାଙ୍କ ସହ ଗୋବିନ୍ଦ ସିଂ ଏବଂ ଚେତନ ସାମିଲ ଥିଲେ । ସୁରଜେବାଲା କହିଛନ୍ତି ଯେ, ଭମ୍ବରଲାଲ ଶର୍ମା ଏବଂ ବିଶ୍ୱେନ୍ଦ୍ର ସିଂହଙ୍କୁ କଂଗ୍ରେସ ପାର୍ଟିରୁ ନିଲମ୍ବିତ କରିଦିଆଯାଇଛି । ଅନ୍ୟପଟେ ରାଜସ୍ଥାନ ସରକାରର ମୁଖ୍ୟ ସଚେତକ ମହେଶ ଜୋଶୀ କହିଛନ୍ତି ଯେ, ଗଜେନ୍ଦ୍ର ସିଂହ , ବିଶ୍ୱେନ୍ଦ୍ର ସିଂହ ଏବଂ ଭମ୍ବର ଲାଲ ଶର୍ମାଙ୍କ ବିରୋଧରେ ସେ ଏସଓଜିରେ ବିଧାୟକ କିଣିବାର ଅଭିଯୋଗ କରିଛନ୍ତି ।

ଗଜେନ୍ଦ୍ର ଶିଖାବତଙ୍କୁ ଗିରଫର ଦାବି

ରଣଦୀପ ସୁରଜେବାଲା କହିଛନ୍ତି ଯେ, ରାଜସ୍ଥାନରେ ମାସେ ହେବ ବିଧାୟକ କିଣାବିକାର ଚର୍ଚ୍ଚା ଚାଲିଛି । ଏହି ଘଟଣାରେ ଏସଓଜି ଏକ ମାମଲା ପଞ୍ଜିକୃତ କରି ତଦନ୍ତ କରୁଛି ।  ସେ ଅଭିଯୋଗ କରିଛନ୍ତି ଯେ, ବିଧାୟକଙ୍କର ଘୋଡ଼ା ବେପାର ଘଟଣାରେ ବିଜେପିର ଭୂମିକା ପ୍ରଶ୍ନ ଘେରକୁ ଆସିଛି । ଏହାସହ ସେ ଏହି ପୂରା ଘଟଣାରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶିଖାୱତଙ୍କ ବିରୋଧରେ ସଓଜି ଯାଞ୍ଚ ଏବଂ ତାଙ୍କୁ ଗିରଫଦାରୀ ଦାବି କରିଛନ୍ତି । କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ଯେ, କଳା ଧନ କାହାକୁ ଦିଆଯାଇଛି, ତାହାର ମଧ୍ୟ ତଦନ୍ତ ହେଉ ।

Leave a Reply