ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ,ଆବଶ୍ୟକ ହେଲେ ପ୍ରଧାନମନ୍ତ୍ରୀ ଆବାସ ଆଗରେ ବିକ୍ଷୋଭ କରିବୁ

1 min read

ଜୟପୁର: ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣି ରାଜଭବନ ଘେରିବା ଧମକ ଦେବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଆଜି ପ୍ରଧାନମନ୍ତ୍ରୀ ଆବାସ ଆଗରେ ବିକ୍ଷୋଭ ଧମକ ଦେଇଛନ୍ତି ।  ବିଧାନସଭା ଅଧିବେଶନ ଦାବିରେ ଶୁକ୍ରବାର ଦିନ ହଙ୍ଗାମା ହୋଇଥିବା ବେଳେ ଶନିବାର ଦିନ ଅଶୋକ ଗହଲୋତଙ୍କ ଏଭଳି ଧମକ ଆଗକୁ ରାଜ୍ୟ ରାଜନୀତି ଅଧିକ ଜଟିଳ ହେବ ବୋଲି ଆଶଙ୍କା କରାଯାଉଛି ।

ଶନିବାର ଦିନ ଅଶୋକ ଗହଲୋତ ରାଜ୍ୟପାଳଙ୍କୁ ସାକ୍ଷାତ ପାଇଁ ସମୟ ମାଗିଛନ୍ତି  । ଜୟପୁରର ଫେୟମୋଣ୍ଟ୍ ହୋଟରେ କଂଗ୍ରେସ ବିଧାୟକ ଦଳ(ସିଏଲପି) ବୈଠକ କାଳରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆବଶ୍ୟକ ପଡିଲେ ଆମେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ରାଷ୍ଟ୍ରପତି ଭବନକୁ ଯିବୁ । ଆଉ ଯଦି ଆବଶ୍ୟକ ପଡେ ତେବେ ପ୍ରଧାନମନ୍ତ୍ରୀ ନିବାସ ବାହାରେ ମଧ୍ୟ ବିରୋଧ ପ୍ରଦର୍ଶନ କରିବୁ ।

ଅନ୍ୟପକ୍ଷରେ ରାଜ୍ୟ କଂଗ୍ରେସ ପକ୍ଷରୁ ସମସ୍ତ ଜିଲ୍ଲାର ମୁଖ୍ୟାଳୟରେ ବିକ୍ଷୋଭ ଜାରି ରହିଛି । ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ଡୋଟସରା ଶୁକ୍ରବାର ଦିନ ବିଜେପି ବିରୋଧରେ ଗଣତନ୍ତ୍ରର ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଥିଲେ । ସେ କଂଗ୍ରେସ କର୍ମୀଙ୍କୁ ଜିଲ୍ଲା ଦଳ ମୁଖ୍ୟାଳୟରେ ବିକ୍ଷୋଭ କରିବାକୁ ଆହ୍ୱାନ କରିଥିଲେ । ତାଙ୍କ ଆହ୍ୱାନ କ୍ରମେ ଆଜି ରାଜ୍ୟର ସବୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ ହୋଇଥିଲା ।

Leave a Reply