Rajasthan Political Crisis : ରାଜଭବନ ଘେରିବାକୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ

ashok geholot

ଜୟପୁର: ବିଦ୍ରୋହୀ ବିଧାୟକଙ୍କୁ ରାଜସ୍ଥାନ ବାଚସ୍ପତିଙ୍କ ନୋଟିସ ଶୁଣାଣି ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ ପରେ ରାଜ୍ୟ ରାଜନୀତିରେ ଜୋରଦାର ହଟଚମଟ ଆରମ୍ଭ ହୋଇଗଲାଣି । ବିରୋଧୀ ସଚିନ ପାଇଲଟଙ୍କ ଗୋଷ୍ଟୀ ହାଇକୋର୍ଟଙ୍କ ରାୟ ପରେ ଖୁସୀ ମନାଉଥିବା ବେଳେ ଅଶୋକ ଗହଲୋତ ନିଜ ସମର୍ଥକଙ୍କୁ ଏକାଠି ରଖିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ହୋଟେଲରେ ଅନେକ ଦିନ ଧରି ରହି ଆସୁଥିବା ବିଧାୟକ ମାନେ ତୁରନ୍ତ କୌଣସି ନିଷ୍ପତି ନିଆଯାଉ ବୋଲି ଚାହୁଁଛନ୍ତି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । କେନ୍ଦ୍ର ସରକାରଙ୍କୁ ଇସାରା କରି ସେ କହିଛନ୍ତି ଯେ, ରାଜ୍ୟପାଳ ଚାପରେ ପଡି ବିଧାନସଭା ଅଧିବେଶନ ଡାକୁ ନାହାନ୍ତି । ଜୟପୁରର ହୋଟେଲ ଫାୟର ମାଉଣ୍ଟ୍ ବାହାରେ ସାମ୍ବାଦିକଙ୍କ ସହ କଥା ହୋଇ ସେ ଏଭଳି କହିଥିଲେ । ବିଧାୟକଙ୍କ ସହ ରାଜଭବନକୁ ଯିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମତି ମାଗିଥିଲେ । ତାଙ୍କୁ ଦିନ ୧୨.୩୦ରେ ରାଜଭବନ ତରଫରୁ ସମୟ ଦିଆଯାଇଥିଲା ।

ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଅଶୋକ ଗହଲୋତ କହିଥିଲେ ଯେ, ‘‘ଆମେ ମାନନୀୟ ରାଜ୍ୟପାଳଙ୍କୁ ଚିଠି ଲେଖି ବିଧାନସଭା ଅଧିବେଶନ ଡକାଇବାକୁ ଅନୁରୋଧ କରିଥିଲୁ । ସେ ରାତିରେ ହିଁ ଆଦେଶ ଦେବେ ବୋଲି ଆମେ ଆଶା କରିଥିଲୁ । କିନ୍ତୁ ଏପର୍ଯ୍ୟନ୍ତ ସେ ସେମିତି କିଛି ଆଦେଶ ଦେଇ ନାହାନ୍ତି । ଆମକୁ ଲାଗୁଛି ଉପରୁ ତାଙ୍କ ଉପରେ ଚାପ ପଡୁଛି । ଜନତା ଯଦି ରାଜଭବନକୁ ଘେରାଉ କରେ ତେବେ ଆମେ ସେଥିପାଇଁ ଦାୟୀ ରହିବୁ ନାହିଁ’’

Leave a Reply