ପୁଷ୍ପା I Hate Beer: ଭିନ୍ନ ଅନ୍ଦାଜରେ ଟ୍ରାଫିକ୍ ସଚେତନତା
1 min readନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆସିବାକୁ ଯାଉଛି ନବବର୍ଷ । ଏହା ପୂର୍ବରୁ ବେପରୁଆ ଗାଡି ଚାଳନା ତଥା ମଦ ପିଇ ଗାଡ଼ି ଚାଳନା ନକରିବାକୁ ଲୋକଙ୍କୁ ଭିନ୍ନ ଅନ୍ଦାଜରେ ସଚେତନ କରି ଚର୍ଚ୍ଚାକୁ ଆସିଛି ରାଜସ୍ଥାନ ପୋଲିସ।
ଲୋକଙ୍କୁ ସଚେତନ ପାଇଁ ଫିଲ୍ମର ଲୋକପ୍ରିୟ ଡାଇଲଗ୍ ଗୁଡିକୁ ବ୍ୟବହାର କରିଛନ୍ତି ପୋଲିସ । ପୁଷ୍ପା I Hate Beer, ଜାନି! ଏ ବଚୋକେ ଖେଲନେ କି ଚିଜ୍ ନେହି ହେ, ବେକାବୁ ହୋ ଯାଏ ତାେ ଆକ୍ସିଡେଣ୍ଟ ହୋ ଜାତା ହେ ଭଳି କିଛି ମଜାଦାର ଟ୍ୱିଟ୍ କରିଛି ରାଜସ୍ଥାନ ପୋଲିସ । ଖାଲି ଏତିକି ନୁହେଁ ”ଚଳିତ ନବବର୍ଷରେ ବାଇକ୍ ହେଉ କିମ୍ବା କାର୍, ସ୍ପିଡକୁ କଣ୍ଟ୍ରୋଲ୍ କରନ୍ତୁ” ବୋଲି ଟ୍ୱିଟ୍ ମଧ୍ୟ କରାଯାଇଛି ।
इस #NewYear,
Bike ?️ हो या Car ?#Control करें ? रफ़्तार।ताकि ?खुशियां रहें बरकरार।#PartywithCaution#StopRashDriving#RajasthanPolice pic.twitter.com/QCMJ2uV4a0
— Rajasthan Police (@PoliceRajasthan) December 29, 2021
‘ପୁଷ୍ପା, ଆଇ ହେଟ୍ ବିଅର୍!’-
ରାଜେଶ ଖନ୍ନାଙ୍କ ଲୋକପ୍ରିୟ ଡାଏଲଗ୍ ‘ପୁଷ୍ପା ଆଇ ହେଟ୍ ଟିଅର୍ସ’କୁ ବଦଳାଇ ରାଜସ୍ଥାନ ପୋଲିସ ‘ପୁଷ୍ପା ଆଇ ହେଟ୍ ବିଅର’ ବୋଲି ଟ୍ୱିଟ୍ କରିଛି । ଯେଉଁଥିରେ ପୋଲିସ ପକ୍ଷରୁ ମଦ ପିଇ ଗାଡି ନଚଳାଇବାକୁ ସୂଚନା ଦିଆଯାଇଛି।
#NewYearParty ???? में आपको मिलेंगे कई तरह के ?? #INVITATION.
मेरे दोस्त, सोच ?समझकर करना स्वीकार।#RajasthanPolice#DontDrinkAndDrive#PartywithCaution pic.twitter.com/MWsUIqn1Bf
— Rajasthan Police (@PoliceRajasthan) December 28, 2021
ରାଜସ୍ଥାନ ପୋଲିସର ଏଭଳି ଅଭିନବ ଅନ୍ଦାଜକୁ ସୋସିଆଲ୍ ମିଡିଆରେ ଖୁବ୍ ପସନ୍ଦ କରିଛନ୍ତି ୟୁଜର୍ସ ।