କରୋନା କାଳରେ ଭାରତରେ ପାକିସ୍ତାନୀ ଝିଣ୍ଟିକାଙ୍କ ଆତଙ୍କ,ଜାଣନ୍ତୁ କେଉଁଠି ?

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ଝିଣ୍ଟିକା ଭାରତର ସମସ୍ୟାକୁ ବଢାଇ ଦେଇଛନ୍ତି । ରାଜସ୍ଥାନର ରାଜଧାନୀ ଜୟପୁରରେ ଝିଣ୍ଟିକାର ଆକ୍ରମଣରେ ଲକ୍ଷାଧିକ ହେକ୍ଟର ଚାଷ ନଷ୍ଟ ହୋଇଯାଇଛି । ସୋମବାର ଦିନ ଲକ୍ଷାଧିକ ସଂଖ୍ୟକ ଝିଣ୍ଟିକାର ସମାଗମ ଦେଖାଦେଇଥିଲା, ଯାହା ଫଳରେ ସେଠିକାର ଲୋକମାନେ ଭୟଭିତ ହୋଇପଡ଼ିଥିଲେ । ହଜାର ହଜାର କିଲୋମିଟର ଉଡ଼ିପାରୁଥିବା ଏହି ଝିଣ୍ଟିକାମାନେ ସାଉଦିଆରବ ଏବଂ ପାକିସ୍ତାନ ରାସ୍ତା ଦେଇ ଜୟପୁରରେ ପହଞ୍ଚିଛନ୍ତି ।

ଝିଣ୍ଟିକାଗୁଡ଼ିକ ପ୍ରଥମରୁ ହିଁ ପୂର୍ବ ରାଜସ୍ଥାନର ପ୍ରାୟ ୫ଲକ୍ଷ ହେକ୍ଟର ଜମିରେ ଥିବା ଫସଲକୁ ନଷ୍ଟ କରିଦେଇଛନ୍ତି । ଝିଣ୍ଟିକା ଦ୍ୱାରା ଏହି ବଡ଼ ଧରଣର ଆକ୍ରମଣରେ ଶ୍ରୀ ଗଙ୍ଗାନଗର, ଜେସଲମେଲ, ବାଡମେର, ବିକାନେର, ଯୋଦ୍ଧପୁର, ଚୁରୁ, ନାଗୌର , ଆଜମେର, ଜୟପୁର ଓ ଦୋଷା ଭଳି ଜିଲ୍ଲା ଗୁଡ଼ିକ ବହୁତ ପ୍ରଭାବିତ ହୋଇଛନ୍ତି ।

ଝିଣ୍ଟିକାମାନେ ପୂର୍ବରୁ ୩ମାସ ଭିତରେ ଶହ ଶହ ଏକର ଫସଲ ନଷ୍ଟ କରିଦେଇଥିଲେ । ପଶ୍ଚିମ ରାଜସ୍ଥାନ ଶ୍ରୀ ଗଙ୍ଗାନଗର, ବାଡମେର ଓ ବିକାନେର ଜିଲ୍ଲାରେ ଚଳିତ ବର୍ଷ ରବି ଫସଲକୁ ନଷ୍ଟ କରିଦେଇଛନ୍ତି । ରାଜସ୍ଥାନର ୧୨ଟି ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି । ଝିଣ୍ଟିକାର ପ୍ରଭାବକୁ ନଷ୍ଟ କରିବା ପାଇଁ ରାସାୟନିକ ପଦାର୍ଥ ମଧ୍ୟ ସ୍ପ୍ରେ କରାଯାଇଥିଲା, ଯେଉଁଥିରେ କୃଷି ମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ସାମିଲ ଥିଲେ । ତଥାପି, ଏଥିରୁ କୌଣସି ବିଶେଷ ଲାଭ ମିଳିଲା ନାହିଁ । ଦୀର୍ଘ ସମୟ ପରେ ରାଜସ୍ଥାନରେ  ବମ୍ପର ଫସଲ ହୋଇଥିଲା, କିନ୍ତୁ ଏହି ଝିଣ୍ଟିକା ଗୁଡ଼ିକ ଫସଲକୁ ଖିନଭିନ କରିଦେଇଛନ୍ତି ।

ଅନୁମାନ କରାଯାଉଛି ଯେ, ଗତ ୧୧ମାସରେ ପାକିସ୍ତାନରୁ ପଶ୍ଚିମ ରାଜସ୍ଥାନରୁ ଆସିଥିବା ଝିଣ୍ଟିକାଗୁଡ଼ିକ ଅଧିକ ପରିମାଣରେ ଆକ୍ରମଣ କାରଣରୁ ଗହମ ଏବଂ ଅନ୍ୟ ରବି ଫସଲ ଉଜୁଡ଼ି ଯାଇଛି । ଏମାନଙ୍କ ପାଇଁ ତିନି ଲକ୍ଷ ହେକ୍ଟର ଜମି ଲାଗିଥିବା ଫସଲ ନଷ୍ଟ ହୋଇଯାଇଛି ।

ଅନୁପଗଡରେ ୨୫ ଏକର ଜମିର ମାଲିକ ଜସକରନ୍ ସିଂ  ଗଣମାଧ୍ୟମକୁ କହିଛନ୍ତି ଯେ ଚଳିତ ବର୍ଷ ଆରମ୍ଭରୁ ଏହି ଝିଣ୍ଟିକାମାନଙ୍କ କାରଣରୁ ଗହମ ଏବଂ ମଟରର ସମସ୍ତ ଫସଲ ନଷ୍ଟ ହୋଇଯାଇଥିଲା। ସେ ତାଙ୍କ ମାଆ ଅମରଜିତ କୋରଙ୍କ ନାଁରେ ୯ଲକ୍ଷ ଟଙ୍କାର ଋଣ ନେଇଥିଲେ କିନ୍ତୁ ଏବେ ସବୁ ଫସଲ ନଷ୍ଟ ହୋଇଯାଇଥିବାରୁ ଋଣ କେମିତି ଶୁଝିବେ ତାକୁ ନେଇ ଚିନ୍ତାରେ ।

Leave a Reply