୪ ଦିନ ପରେ ବି ଉଦ୍ଧାର ହୋଇପାରୁନି ଚେତନା

ଜୟପୁର : ରାଜସ୍ଥାନର ସାରୁନ୍ଦ ଅନ୍ତର୍ଗତ କୋଟପୁତଲିରେ ବୋରୱେଲରେ ଏବେ ବି ଫସିଛି ୩ ବର୍ଷର ଶିଶୁ ଚେତନା। ୪ ଦିନ ପରେ ବି ଉଦ୍ଧାର ହୋଇପାରୁନି ଚେତନା। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରେସ୍କ୍ଯୁ ଅପରେସନରେ ସାମିଲ ହୋଇଛନ୍ତି ସ୍ବତନ୍ତ୍ର ଟିମ ବା ରେଟ୍ ମାଇନର । ଗତ ୨୩ ତାରିଖରେ ୭୦୦ ଫୁଟ ଗଭୀର ନଳକୂପରେ ଖସିଯାଇଥିଲା ଚେତନା।ତେବେ ସେ ୧୫୦ ଫୁଟରେ ଲାଗିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଏନଡିଆରଏଫ ଓ ଏସଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ରେଟ୍ ମାଇନରମାନେ ବିଶେଷ କରି ମେଘାଳୟରେ ବସବାସ କରିଥାନ୍ତି। ସେମାନେ ଅତି କ୍ଷୁଦ୍ର ଗର୍ତ୍ତ ଖୋଳି ଭିତରେ ପଶିବାର କୌଶଳ ହାସଲ କରିଛନ୍ତି। ଗତବର୍ଷ ନଭେମ୍ବରରେ ଉତ୍ତରାଖଣ୍ଡର ସିଲ୍କୟାରା ଟନେଲରେ ଫସିଥିବା ୪୧ ଶ୍ରମିକକୁ ରେଟ୍ ମାଇନର ଟିମ୍ ଉଦ୍ଧାର କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ୨୦୧୪ରେ ଏହି ଧରଣର ମାଇନିଂକୁ ମେଘାଳୟ ସରକାର ନିଷିଦ୍ଧ କରିଥିଲେ। ବର୍ତ୍ତମାନ ଚେତନା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ।