spot_img

Latest Posts

ଗ୍ୟାଙ୍ଗଷ୍ଟରଙ୍କୁ ପ୍ରେମ କରି ଫସିଲେ ଡାକ୍ତରଙ୍କ ଝିଅ, ଜେଲରେ ରହିଲେ ୨ ମାସ

ଅଲବର: ଗ୍ୟାଙ୍ଗଷ୍ଟର ସହ ପ୍ରେମ ପଡ଼ିଲା ମହଙ୍ଗା । ୨ ମାସ ଜେଲରେ ରହିଲେ ଯୁବତୀ । ଏମିତି ଏକ ଅଭାବନୀୟ ଘଟଣା ରାଜସ୍ଥାନର ଅଲବର ଜିଲ୍ଲାରେ ଘଟିଛି । ଜିଆ ସିକଲଗର ନାମକ ଜଣେ ଯୁବତୀ କୁକ୍ଷାତ ଗ୍ୟାଙ୍ଗଷ୍ଟର ବିକ୍ରମ ଉର୍ଫ ପପଲା ଗୁଜ୍ଜରଙ୍କୁ ପ୍ରେମ କରି ଫସିଯାଇଛନ୍ତି । ରାଜସ୍ଥାନ ହାଇକୋର୍ଟରୁ ଜାମିନ ମିଳିବା ପରେ ଜିଆ ବୁଧବାର ସେଣ୍ଟ୍ରାଲ୍ ଜେଲରୁ ବାହାରକୁ ଆସିଛନ୍ତି । ତେବେ ବାହାରକୁ ଆସିବା ପରେ ସେ ବହୁତ କାନ୍ଦିଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ ପପଲା ଗୁଜ୍ଜର ତାଙ୍କୁ ଧୋକା ଦେଇଛି ।

ଜିଆଙ୍କ କହିବା କଥା ଯେ ବିକ୍ରମ ତାଙ୍କୁ କହିଥିଲେ ଯେ ସେ ଦିଲ୍ଲୀର ଜଣେ ଧନୀ ବିଜନେସ ମ୍ୟାନ୍ । ଲକଡାଉନ ପାଇଁ ରାଜସ୍ଥାନରେ ଫସିଯାଇଛନ୍ତି । ସେ ଆଦୌ ଜାଣିନଥିଲେ ଯେ ସେ ଜଣେ କୁକ୍ଷାତ ଗ୍ୟାଙ୍ଗଷ୍ଟର ବୋଲି। ଅଲବର ପୁଲିସ୍ ପପଲା ଗୁଜ୍ଜର ଓ ଗର୍ଲଫ୍ରେଣ୍ଡ ଜିଆଙ୍କୁ ମହାରାଷ୍ଟ୍ରର କୋହ୍ଲାପୁରରୁ ଗିରଫ କରିଥିଲା । ୭ ଦିନିଆ ରିମାଣ୍ଡ ପରେ ଫେବୃଆରୀ ୪ରେ  ଜିଆଙ୍କୁ ଜେଲ ପଠାଇଦିଆଯାଇଥିଲା ।

ଜିଆଙ୍କ ଓକିଲ ଅଙ୍କିତ ଗର୍ଗଙ୍କ ମୁତାବକ କୋହ୍ଲାପୁରର ଏକ ଜିମରେ ଜିଆ ଟ୍ରେନର ଭାବେ କାମ କରନ୍ତି। ତେବେ ସେହି ଜିମରେ ପପଲା ଗୁଜ୍ଜର ବି ଆସୁଥିଲା । ଓ ନିଜକୁ ବିଜନେସ ମ୍ୟାନର ପରିଚୟ ଦେଇଥିଲା। ପପଲା ନିଜର ନକଲି ଆଧାରକାର୍ଡ଼ ମଧ୍ୟ ବନେଇଛି । ଯେଉଁଥରେ ତା’ର ନାଁ ମାନ ସିଂ ଲେଖାହୋଇଛି। ପପଲା ଜିଆଙ୍କୁ ନିଜର ଜିମ୍ ଖୋଲିବାକୁ ପରାମର୍ଶ ଦେଇଥିଲା । ଏବଂ ଏଥିରେ ସେ ତାଙ୍କୁ ଆର୍ଥିକ ସହଯୋଗ କରିବ ବୋଲି ମଧ୍ୟ କହିଥିଲା । ଏହାପରଠୁ ଦୁହିଁଙ୍କ ମଧ୍ୟରେ କଥାବର୍ତ୍ତା ବଢ଼ିଥିଲା ଓ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ଜିଆଙ୍କ ପିତା ଚାନ୍ଦ ସିକଲଗର ଜଣେ ଡାକ୍ତର ଓ ମା ହେଉଛନ୍ତି ହାଉସ ୱାଇଫ୍ । ଜିଆଙ୍କର ଜଣେ ସାନ ଭଉଣୀ ବି ଅଛନ୍ତି, ସେ ଏବେ ପଢ଼ୁଛନ୍ତି | ଜିଆ ୨୦୧୪ରେ ଭୋପାଳର ଏକ ନୱାବ ପରିବାରରେ ବିବାହ କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀଙ୍କର ଅନ୍ୟ ଝିଅ ସହିତ ସମ୍ପର୍କ ଥିବାରୁ ସେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏବେ ତାଙ୍କ ପରିବାର ହିଁ ତାଙ୍କ ବିବାହ ସ୍ଥିର କରିବେ।

ସୂଚନାଯୋଗ୍ୟ, ପପଲା ଗୁଜ୍ଜରକୁ ଅଲବର ଜିଲ୍ଲାର ବେହେରୋର ପୋଲିସ ସେପ୍ଟେମ୍ବର ୫ରେ ୩୧ ଲକ୍ଷ ୯୦ ହଜାର ଟଙ୍କା ସହ ଗିରଫ କରିଥିଲା। ହେଲେ ପରଦିନ ତାର ଜଣେ ସାଥି ବେହେରୋର ଥାନାରେ ଅଚାନକ ଗୁଳି ବର୍ଷଣ କରି ପପଲାକୁ ହାଜତରୁ ବାହାରକୁ ନେଇଯାଇଥିଲା।

Latest Posts

Don't Miss