ବାପା ହେବେ କଏଦୀ: ପତ୍ନୀଙ୍କୁ ଗର୍ଭବତୀ କରିବାକୁ ମିଳିଲା ପାରୋଲ

ଜୟପୁର: ପତ୍ନୀଙ୍କୁ ଗର୍ଭବତୀ କରିବାକୁ କଏଦୀଙ୍କୁ ମିଳିଲା ପାରୋଲ । ଜଣେ ଆଜୀବନ ସଜା କଟୁଥିବା କଏଦୀକୁ ବାପା ହେବାର ସୁଯୋଗ ଦେଇଛନ୍ତି କୋର୍ଟ । କୋର୍ଟ ଦେଇଥିବା ୧୫ ଦିନର ପାରୋଲରେ କଏଦୀ ଜଣଙ୍କ ପତ୍ନୀଙ୍କ ସହ ସମୟ ବିତାଇବେ । ହାଇକୋର୍ଟର ଯୋଦ୍ଧପୁର ବେଞ୍ଚ ହିଁ ଏପରି ନିର୍ଦ୍ଦେଶ ଦେଇଛନ୍ତି ।
ସଜା କାଟୁଥିବା ୩୪ ବର୍ଷୀୟ ନନ୍ଦଲାଲଙ୍କ ପତ୍ନୀ ଗର୍ଭଧାରଣ କରିବା ଅଧିକାର ଆଧାରରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଜେଲରୁ ମୁକ୍ତ କରିବାକୁ ଆବେଦନ କରିଥିଲେ ନନ୍ଦଲାଲଙ୍କ ପତ୍ନୀ । ଏହି ଆବେଦନର ଶୁଣାଣି ଯୋଧପୁର ବେଞ୍ଚର ବିଚାରପତି ଜଷ୍ଟିସ ସନ୍ଦୀପ ମେହେଟା ଓ ଜଷ୍ଟିସ ଫରଜାନ୍ଦ ଅଲୀଙ୍କ ଖଣ୍ଡପୀଠରେ ହୋଇଥିଲା ।
ଖଣ୍ଡପୀଠ କହିଥିଲେ ଯେ, ନନ୍ଦ ଲାଲଙ୍କ ପତ୍ନୀ ନିର୍ଦ୍ଦୋଷ। ନନ୍ଦ ଲାଲ ଜେଲରେ ରହୁଥିବାରୁ ତାଙ୍କର ବୈବାହିକ ଜୀବନରେ ଯୌନ ଓ ଭାବାବେଗର ଆବଶ୍ୟକତା ପ୍ରଭାବିତ ହୋଇଛି। ଏବଂ କଏଦୀଙ୍କ ପତ୍ନୀ/ପତିଙ୍କ ଅଧିକାରୀଙ୍କୁ ମଧ୍ୟ ଉଲ୍ଲଙ୍ଘନ କରାଯାଇ ପାରିବ ନାହିଁ । ଶୁଣାଣି ବେଳେ ଋକ ବେଦଠାରୁ ଆରମ୍ଭ କରି ବିଭିନ୍ନ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଥିବା ବିଷୟବସ୍ତୁ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ।
ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ୨୦୧୯ରେ ନନ୍ଦ ଲାଲଙ୍କୁ ରାଜସ୍ଥାନର ଭିଲୱାରା କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ସେ ବର୍ତ୍ତମାନ ଆଜମେର କେନ୍ଦ୍ରୀୟ ଜେଲରେ ଅଛନ୍ତି। ୨୦୨୧ରେ ତାଙ୍କୁ ୨୦ ଦିନିଆ ପାରୋଲ ମିଳିଥିଲା। ଜେଲ୍ରେ ତାଙ୍କ ବ୍ୟବହାର ଭଲ ଥିବା ମଧ୍ୟ କୋର୍ଟ କହିଛନ୍ତି।