Rajasthan Government Crisis Live Update: ଗହଲୋତଙ୍କ ଟାର୍ଗେଟରେ ବିଜେପି

ଆଜି ସନ୍ଧ୍ୟାରେ ରାଜସ୍ଥାନ କଂଗ୍ରେସ ବିଧାୟକ ଦଳ ବୈଠକରେ ବିଧାନସଭା ଅଧିବେଶନ ନେଇ ଆଲୋଚନା ହେବାର ଥିଲା । ଗତକାଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ପରେ ଆଜି ପୁଣି ଏହି ବୈଠକ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ ଗେହଲଟ୍ ନିଜ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ବେଶ ବ୍ୟସ୍ତ ଅଛନ୍ତି । ରାଜ୍ୟପାଳଙ୍କର ବିଧାନସଭା ଅଧିବେଶନକୁ ଖୋଲାଖୋଲି ବିରୋଧରେ ସେ କିଛି ବିକଳ୍ପ ବାଛିବା ପାଇଁ ଲଗାତର ପ୍ରୟାସ ଚଳାଇଛନ୍ତି । ଏହି କ୍ରମରେ ଆଜିର ବୈଠକ ପରେ ସେ ଜଣାଇଛନ୍ତି ବିଧାନସଭା ଅଧିବେଶନ ଦାବିରେ କଂଗ୍ରେସ ବିଧାୟକ ଦଳ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ । ତେବେ ପରିସ୍ଥିତି ପଡିଲେ ପ୍ରଧାନମନ୍ତ୍ରୀ ନିବାସ ଆଗରେ ଧାରଣ ମଧ୍ୟ ଦେବେ । ତେବେ ଶୁକ୍ରବାର ରାଜ୍ୟପାଳ କଲରାଜ ମିଶ୍ରଙ୍କ ବାସଭବନ ସାମ୍ନାରେ କଂଗ୍ରେସ ବିଧାୟକ ଧାରଣା ଦେଇଥିଲେ । ପରେ  ରାଜ୍ୟପାଳଙ୍କୁ ପାଖକୁ ଏକ ସଂଶୋଧିତ ପ୍ରସ୍ତାବ ପଠାଇବା ନେଇ ବିଚାର କରିବା ପରେ ସେଠାରୁ ଫେରି କ୍ୟାବିନେଟ ବୈଠକ କରିଥିଲେ । ଏହାପରେ ପୁଣି ଥରେ ଆଜି ବୈଠକ ହୋଇଛି ।

ବୈଠକର ଆଲୋଚନାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏଭଳି କହିଛନ୍ତି । ତେବେ ବିଧାନସଭା ଅଧିବେଶନ ପାଇଁ ଏକ ସଂଶୋଧିତ ପ୍ରସ୍ତାବ ଉପରେ ମଧ୍ୟ କଂଗ୍ରେସ ବିଧାୟକ ଦଳ ବିଚାର କରିଥିବା ସେ ଜଣାଇଛନ୍ତି । ତାଙ୍କ କହିବା କଥା ଯେ କଂଗ୍ରେସ ନ୍ୟାୟିକ ଓ ସାମ୍ୱିଧାନିକ ଭାବେ ବିଧାନସଭା ଅଧିବେଶନ ଡକାଇ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ଚାହୁଁଛି । ଏନେଇ ସବୁ ପ୍ରକାର ଉଦ୍ୟମ ଚାଲୁ ରହିଛି । ତେବେ ରାଜସ୍ଥାନର ଏହି ପଲିଟିକାଲ୍ ଡ୍ରାମା କ୍ରମଶଃ ରୋମାଞ୍ଚକର ହେବାକୁ ଲାଗିଛି । ଗୋଟିଏ ପଟେ ଅଶୋକ ଗେହଲଟ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ବ୍ୟସ୍ତ ଥିବା ବେଳେ ଅନ୍ୟ ପକ୍ଷରେ ସଚିନ ପାଇଲଟ୍ ସଦସ୍ୟତା ପଦ ହରାଇବା ଆଶଙ୍କାରେ କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ସ୍ଥିତିରେ ବିଧାନସଭା ଅଧିବେଶନ ହୋଇ ପାରିଲେ,ଏହି ଡ୍ରାମା ପାଖାପାଖି ଅନ୍ୟ ହେବ ବୋଲି କଂଗ୍ରେସ ବିଚାର କରୁଛି ।

Leave a Reply