ରାଜସ୍ଥାନ ଶିକ୍ଷାମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା: କହିଲେ, ଯେଉଁଠି ମହିଳା ଶିକ୍ଷୟିତ୍ରୀ ଅଧିକ, ସେଠାରେ ଝଗଡ଼ା ଅଧିକ

ଜୟପୁର: ରାଜସ୍ଥାନ ଶିକ୍ଷାମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା । ଅନ୍ତର୍ଜାତୀୟ ବାଳିକା ଦିବସରେ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଦେଇଥିବା ବୟାନଙ୍କୁ ନେଇ ଏବେ ଚର୍ଚ୍ଚା । ସେ ସେ କହିଛନ୍ତି ଯେ, ଯେଉଁ ସ୍କୁଲଗୁଡ଼ିକରେ ମହିଳା ଶିକ୍ଷୟିତ୍ରୀ ଅଧିକ, ସେଠାରେ ଝଗଡ଼ା ଅଧିକ ହୋଇଥାଏ । ଗୋବିନ୍ଦ ସିଂହ ଡୋଟାସରା ଶିକ୍ଷକଙ୍କୁ ସମ୍ୱୋଧନ କରି କହିଥିଲେ ଯେ, ସରକାର ସବୁ ଜାଗାରେ ମହିଳାଙ୍କୁ ପ୍ରାଥମିକତା ଦେଉଛନ୍ତି ଏଣୁ ଆଉ ଟିକଏ ଚେଷ୍ଟା କଲେ ମହିଳମାନେ ଆହୁରି ଆଗକୁ ବଢ଼ିପାରିବେ ।

ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି, ଆମ ପାଖରେ ବହୁ ଲୋକ ଆସନ୍ତି, ଯେଉଁମାନେ ସହରେ ନିକଟରେ ପୋଷ୍ଟିଂ କରିବାକୁ ଅନୁରୋଧ କରନ୍ତି । ଆମେ ଭ୍ୟାକେନ୍ସ ନଥିବା କହୁଥିବା ବେଳେ ସେମାନେ କହନ୍ତି, ସେମାନେ କିଭଳି ବି ଥାନ୍ତା, ଅଧିକାଂଶ ମହିଳାଙ୍କୁ ତ ସହର ନିକଟରେ ପୋଷ୍ଟିଂ ମିଳିଛି ।

ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା ଆହୁରି କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ପ୍ରଣୟନ ନୀତିରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଉଛି । ମହିଳାଙ୍କୁ ପଦୋନ୍ନତି ଏବଂ ଚୟନରେ ପ୍ରାଥମିକତା ଦିଆଯାଉଛି । ବହୁ ଲୋକେ ଏହାକୁ ପସନ୍ଦ ମଧ୍ୟ କରନ୍ତିନାହିଁ । ସେମାନଙ୍କ ପଚାରନ୍ତି ଆମେ କ’ଣ ଭଲ ପାଠ ପଢ଼ାଉନାହୁଁ । କିନ୍ତୁ ଗୋଟିଏ କଥାକୁ ଆପଣମାନଙ୍କୁ କହିବାକୁ ଚାହିବି ମହିଳା ଶିକ୍ଷୟିତ୍ରୀମାନଙ୍କ ପରସ୍ପରର ମଧ୍ୟ ଝଡ଼ଗା ବହୁତ ରହିଛି । ଆପଣମାନେ ଏହି ଛୋଟ ଛୋଟ ଝଗଡ଼ାରୁ ଉର୍ଦ୍ଧ୍ୱକୁ ଉଠିପାରିଲେ ଆପଣମାନେ ମଧ୍ୟ ନିଜକୁ ପୁରୁଷମାନଙ୍କ ଠାରୁ ଆଗରେ ପାଇବେ ।

Leave a Reply