ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବାଚସ୍ପତି, କହିଲେ ଏମିତି କଥା

1 min read

ଜୟପୁର: ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ରାଜ୍ୟରେ  ସୃଷ୍ଟ  ରାଜନୈତିକ ସଙ୍କଟରେ ଏବେ ନୂଆ ମୋଡ ଆସିଛି । ବିଦ୍ରୋହୀ ବିଧାୟକଙ୍କ ମାମଲାର ଶୁଣାଣି ପାଇଁ ବାଚସ୍ପତି ସି ପି ଜୋଷୀ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଆଜି ପ୍ରତ୍ୟାହାର କରି ନେଇଛନ୍ତି । ମାମଲାର ଶୁଣାଣି ପୂର୍ବରୁ ବାଚସ୍ପତିଙ୍କ ତରଫରୁ ଆବେଦନ ପ୍ରତ୍ୟାହାର ପାଇଁ ନିବେଦନ କରାଯାଇଥିଲା । ଯାହାକୁ ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ । କଂଗ୍ରେସ କହିଛି ଯେ,ଏଥର ରାଜନୈତିକ ଲଢେଇ ଅଦାଲତରେ ଲଢାଯିବ ନାହିଁ ।

କୁହାଯାଉଛି ଯେ, ବାଚସ୍ପତି ତରବରିଆ ଭାବେ ସୁପ୍ରିମକୋର୍ଟ ଯିବା କାରଣରୁ ରାଜସ୍ଥାନ ହାଇକୋର୍ଟକୁ ୧୯୯୨ ମସିହାର ଖିଟୋ ହୋଲହାନ ରାୟର ସାହରା ନେବାକୁ ପଡିଥିଲା । ହୋଲହାନ ରାୟ ଏକ ଉଦାହରଣ ପାଲଟିଥିଲା ଓ ହାଇକୋର୍ଟ ଏହି ରାୟକୁ ଧ୍ୟାନରେ ରଖି ବାଚସ୍ପତିଙ୍କୁ ୧୯ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ରୋକିଥିଲେ । ତେଣୁ ବାଚସ୍ପତି ଆବେଦନ ପ୍ରତ୍ୟାହାର କରିଛନ୍ତି ବୋଲି କୁହାଯାଉଛି ।
ଏହି ମାମଲାରେ ସଚିନ ପାଇଲଟ ଓ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ରାଜସ୍ଥାନ ହାଇକୋର୍ଟଙ୍କ ରାୟ ଆସିବାର ଥିଲା,କିନ୍ତୁ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସୋମବାର ଦିନ ହେବାର ଥିଲା । ତେଣୁ ହାଇକୋର୍ଟ କୌଣସି ରାୟ ନଦେଇ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ । ତେବେ ସୁପ୍ରିମକୋର୍ଟରେ ବାଚସ୍ପତିଙ୍କ ଓକିଲ କପିଲ ସିବ୍ବଲ କହିଛନ୍ତି ଯେ, ଆମେ ହାଇକୋର୍ଟ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଂଜ୍ କରିବୁଯ ।

ସୁପ୍ରିମ କୋର୍ଟରେ କପିଲ ସିବ୍ବଲ କଣ କହିଲେ ?

ସୁପ୍ରିମ କୋର୍ଟରେ ବାଚସ୍ପତି ସିପି ଜୋଶୀଙ୍କ ଓକିଲ ସିବ୍ବଲ ଆବେଦନ ପ୍ରତ୍ୟାହର କରିବାକୁ ଯାଇ କହିଥିଲେ ଯେ, ଏବେ ହାଇକୋର୍ଟରେ ୧୦ଟି କାର୍ଯ୍ୟସୂଚୀ ପ୍ରବଧାନକୁ ଆହ୍ୱାନ ଦେବା ଉପରେ ଶୁଣାଣୀ ଆରମ୍ଭ ହୋଇଯାଇଛି । ଆମେ ପୂର୍ବରୁ ଯେଉଁ ଆବେଦନ ନେଇ ଆସିଥିଲୁ, ଏବେ ଶୁଣାଣୀ ଆହୁରି ଆଗକୁ ପଳାଇ ଯାଇଛି । ଆମେ ବିଚାର କରି ଆବଶ୍ୟକ ପଡ଼ିଲେ ସୁପ୍ରିମ କୋର୍ଟ ଆସିବୁ । ଏହା ପରେ ସୁପ୍ରିମ କୋର୍ଟର ବିଚାରପତିମାନେ ବାଚସ୍ପତିଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଲେ ।

ବାଚସ୍ପତିଙ୍କ ଆବେଦନରେ କଣ ଥିଲା ?

, ରାଜସ୍ଥାନ ହାଇକୋର୍ଟ ପାଇଲଟଙ୍କ ସମର୍ଥକ ବିଧାୟକଙ୍କ ଆବେଦନ ଉପରେ ଶୁଣାଣୀ କରିପାରିବେ କି  ନାହିଁ ?  ଏହା ଉପରେ ବାଚସ୍ପତି ସୁପ୍ରିମକୋର୍ଟଙ୍କ ମତାମତ ଚାହିଁଥିଲେ । ଏହାସହ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଅଧିକାର କେବଳ ବାଚସ୍ପତିଙ୍କର ଅଛି,ଏଥିରେ ହାଇକୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସେ ନିଜ ଆବେଦନରେ ଦର୍ଶାଇ ଥିଲେ ।

ବିଧାନସଭା ଅଧିବେଶନ ଡାକିବା ପାଇଁ ସିଏମ୍-ରାଜ୍ୟପାଳ ମୁହାଁମୁହିଁ

ଆପଣଙ୍କୁ କହି ରଖୁଛୁ ଯେ ରାଜ୍ୟରେ ରାଜନୈତିକ ସଙ୍କଟରେ ପଡ଼ିଥିବା କଂଗ୍ରେସ ଆଜି ଦେଶର ସମସ୍ତ ରାଜ୍ୟରେ ରାଜଭବନ ବାହାରେ ପ୍ରଦର୍ଶନ କରିବ । ଅଶୋକ ଗହଲୋତ୍ ବନାମ ସଚିନ୍ ପାଇଲଟଙ୍କ ମଧ୍ୟରେ ରାଜନୈତିକ ଯୁଦ୍ଧ ମାମଲା ବର୍ତ୍ତମାନ କୋର୍ଟରେ ପହଞ୍ଚିଛି । ଏଥି ସହିତ ବିଧାନସଭା ଅଧିବେଶନ ଡାକରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗେହଲୋତ୍ ଏବଂ ରାଜ୍ୟପାଳ କଲରାଜ ମିଶ୍ର ମୁହାଁମୁହିଁ ହୋଇଛନ୍ତି ।

Leave a Reply