ନଭେମ୍ବର ଦ୍ୱିତୀୟ ସପ୍ତାହରୁ କରୋନା ସଂକ୍ରମଣ ବଢିବା ପରେ ରାଜସ୍ଥାନ ସରକାର ନେଲେ ବଡ଼ ନିଷ୍ପତ୍ତି

1 min read

ଜୟପୁର: କରୋନାକୁ ନେଇ ଏବେ ବି ଭୟ ସରିନି । କେତେକ ସ୍ଥାନରେ କରୋନା ନିୟନ୍ତ୍ରଣକୁ ଆସିଥିବା ବେଳେ କେତେକ ସ୍ଥାନରେ ହା ହା କାର ସୃଷ୍ଟି କରୁଛି କରୋନା  । ଦେଶରେ କରୋନାର ସଂକ୍ରମଣ କମିଛି କିଛି ରାଜ୍ୟରେ ମଧ୍ୟ କରୋନା ନିୟନ୍ତ୍ରଣକୁ ଆସିଛି । କିନ୍ତୁ କିଛି ଏମିତି ରାଜ୍ୟ ଅଛି ଯେଉଁଠି କରୋନା ସଂକ୍ରମଣ ପୁଣି ଫେରିଛି । ଆଉ ଏହି ଲିଷ୍ଟରେ ଆଗରେ ଅଛି ଦିଲ୍ଲୀ ଏହାପରେ ଗୁଜୁରାଟ ଏବଂ ରାଜସ୍ଥାନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜସ୍ଥାନ ସରକାର ।

ରାଜସ୍ଥାନର ସବୁ ଜିଲ୍ଲାରେ ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି ନେଉଛନ୍ତି ଗେହେଲଟ ସରକାର । ଏଥିପାଇଁ ଜିଲ୍ଲାଅଧିକାରୀଙ୍କୁ ସୂଚନା ଦିଆଯାଇଛି । ୨୧ ନଭେମ୍ବର ଠାରୁ ବା ଶନିବାର ଠାରୁ ସବୁ ଜିଲ୍ଲାରେ ୧୪୪ ଧାରା ଲାଗୁ ପାଇଁ ଗୃହ ବିଭାଗର ଗ୍ରୁପ-୯ର ସବୁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜସ୍ଥାନରେ ଶୀତ ବଢିବା ସହ ନଭେମ୍ବର ଦ୍ୱିତୀୟ ସପ୍ତାହରୁ କରୋନା ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି ।୧୯ ନଭେମ୍ବରରେ ଅଢେଇ ହଜାର ନୂଆ ସଂକ୍ରମଣ ସାମ୍ନାକୁ ଆସିଛି । ଏହାସହ ୧୫ ଜିଲ୍ଲାରେ କୋରନାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିପାଇଁ ଏପରି ବଡ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

Leave a Reply