ମୋତେ ବର୍ଷେ ପାଇଁ ମୁଖ୍ୟମନ୍ତ୍ରୀ କର: ବସୁନ୍ଧରା ରାଜେ

ନୂଆଦିଲ୍ଲୀ: ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଛିଣ୍ଡୁନି ଅଙ୍କ। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନା ଆଉ କୋଉ ନୂଆ ମୁହଁ ଦେଖିବାକୁ ମିଳିବ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଶାୟୀ ଅଛନ୍ତି ବସୁନ୍ଧରା ରାଜେ । ପୂର୍ବରୁ ବସୁନ୍ଧରାଙ୍କୁ ଦିଲ୍ଲୀ ଡକାଇଥିଲେ କେନ୍ଦ୍ରୀୟ ବିଜେପି ଟିମ । ଏବେ ଏକ ଖବର ସାମନାକୁ ଆସିଛି । ବସୁନ୍ଧରା କହିଛନ୍ତି କି, ତାଙ୍କୁ ଗୋଟିଏ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କରାଯାଉ । ଏହପରେ ମୁଁ ନୁହେଁ ପଦବୀ ଛାଡ଼ି ଦେବି ବୋଲି କେନ୍ଦ୍ରୀୟ ନେତାଙ୍କ ଆଗରେ କହିଥିବା ଚର୍ଚ୍ଚା ହେଉଛି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଆଲୋଚନ କରି ଫେରିଛନ୍ତି ବସୁନ୍ଧରା । ତେବେ ବସୁନ୍ଧରା ମୁଖ୍ୟମନ୍ତ୍ରୀ ପଦ ନେବାକୁ ଜିଦରେ ଅଡ଼ି ବସିଥିବା ଜଣାପଡିଛି । ରାଜସ୍ଥାନ ଜୟପୁରରେ ବିଜେପିର ୬୦ ବିଧାୟକଙ୍କୁ ସାକ୍ଷାତ କରିଛନ୍ତି ବସୁନ୍ଧରା ରାଜେ। ମୁଖ୍ୟମନ୍ତ୍ରୀ ପଦ ଲାଗି ବସୁନ୍ଧରା ପରେ ରାଜପରିବାରର ଦୀୟା କୁମାରୀ ମଧ୍ୟ ଅଛନ୍ତି । ଦୀୟା କୁମାରୀ ନା ଆଉ କାହାକୁ ମୁଖ୍ୟମନ୍ତ୍ରୀ କରିବେ ଏନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ। ମଙ୍ଗଳବାର ରାଜସ୍ଥାନରେ ବସୁଛି ରାଜସ୍ଥାନ ବିଜେପି ବିଧାୟକ ଦଳ ବୈଠକ । ଏଥିରେ ବରିଷ୍ଠ ନେତା ରାଜନାଥ ସିଂହଙ୍କ ନେତୃତ୍ବରେ ୩ ଜଣିଆ କେନ୍ଦ୍ରୀୟ ବିଜେପିର ପର୍ଯ୍ୟବେକ୍ଷକ ଦଳ ଉପସ୍ଥିତ ରହିବେ । ବୈଠକ ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯିବା ସମ୍ଭାବନା ରହିଛି।