କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ମିଳିବ ସରକାରୀ ଚାକିରି

1 min read

ଜୟପୁର: ରାଜସ୍ଥାନରେ ଅନାଥ ଶିଶୁଙ୍କୁ ମିଳିବ ସରକାରୀ ଚାକିରି । ଏ ନେଇ ବଜେଟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜସ୍ଥାନରେ ବଜେଟ ଉପସ୍ଥାପନ ହୋଇଛି । ଏହି ବଜେଟରେ ଅନେକ ଜନହିତକର ଯୋଜନା ଘୋଷଣା କରାଯାଇଛି । ଏଥିରେ ଅନାଥ ଶିଶୁଙ୍କ ପାଇଁ ବିଶେଷ ଘୋଷଣା କରାଯାଇଛି । କରୋନାରେ ମାତା ପିତାଙ୍କୁ ହରାଇଥିବା ଶିଶୁମାନେ ସାବାଳକ ହେଲେ ତାଙ୍କ ଯୋଗ୍ୟତା ଅନୁସାରେ ସରକାରୀ ଚାକିରି ପ୍ରଦାନ କରାଯିବ । ଏହା ସହ ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ଆଗାମୀ ଶିକ୍ଷାବର୍ଷଠାରୁ ୨ ସେଟ ୟୁନିଫର୍ମ ଯୋଗାଇ ଦିଆଯିବ ।

ଏହା ସହ ଚିରଞ୍ଜୀବି ସ୍ବାସ୍ଥ୍ୟ ଯୋଜନାରେ ୨୫ ଲକ୍ଷ ଟଙ୍କା ଯାଏ ସହାୟତା ମିଳିବ । ଭିନ୍ନ ଜାତିରେ ବାହାହେଲେ ୨୫ ଲକ୍ଷ ଟଙ୍କାର ସହାୟତା ମିଳିବ । ମହିଳାଙ୍କ ବସ ଯାତ୍ରା ଉପରେ ୫୦ ପ୍ରତିଶତ ରିହାତି ମଧ୍ୟ ସରକାର ଘୋଷଣା କରିଛନ୍ତି ।