କପି କରିବାକୁ ବ୍ୟୟ ବହୁଳ ପଦକ୍ଷେପ: ୬ଲକ୍ଷର ଚପଲ ପିନ୍ଧି ପରୀକ୍ଷା ଦେଲେ

ଜୟପୁର: କପି ଲାଗି ବ୍ୟୟବହୁଳ ପଦକ୍ଷେପ । ବ୍ଲୁଟୁଥ୍ ଖଞ୍ଜାଯାଇଥିବା ୬ ଲକ୍ଷ ଲେଖାଏଁ ଟଙ୍କାର ଚପଲ ବିକିବା ଲାଗି ଯୋଜନା କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ୨ ଅଭିଯୁକ୍ତ । ରାଜସ୍ଥାନ ଏଲିଜିବିଲିଟି ଏକଜାମିନେସନ ଫର୍ ଟିଚର୍ସ ବା ରିଟ୍ ପରୀକ୍ଷାରେ କପି ରୋକିବା ଲାଗି ସରକାର ଗତକାଲି ଇଣ୍ଟରନେଟ ଓ ଏସଏମଏସ ସେବା ବନ୍ଦ କରିଥିଲେ । ଏହା ସତ୍ତ୍ୱେ ପରୀକ୍ଷାର୍ଥୀମାନେ ଏପରି ଅଭିନବ ଉପାୟ ଆପଣାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜ୍ୟର ୩୩ ଜିଲ୍ଲାର ୩ ହଜାର ୯୯୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୧୬ ଲକ୍ଷ ୫୧ ହଜାର ଛାତ୍ରଛାତ୍ରୀ । କଠୋର କଟକଣା, ବ୍ୟାପକ ନିରାପତ୍ତା ସତ୍ତ୍ୱେ ପରୀକ୍ଷାର୍ଥୀମାନେ ବିପୁଳ ଅର୍ଥ ଖର୍ଚ୍ଚ କରି ଏପରି କାର୍ଯ୍ୟ କରିବା ପ୍ରଥମ ଘଟଣା । ଏହି ଧରଣର ଯୋତା କପି ଲାଗି ସ୍ୱତନ୍ତ୍ର ଭାବେ ତିଆରି ହୋଇଥିଲା ।

ପ୍ରତି ଚପଲ ହଳର ଦାମ୍ ୬ ଲକ୍ଷ ଟଙ୍କା ଥିଲା । କେବଳ କପି କରିବା ଉଦ୍ଦେଶ୍ୟରେ ଏହା ସ୍ୱତନ୍ତ୍ର ଭାବେ ତିଆରି ହୋଇଥିଲା । ଗଙ୍ଗାସହର ବସଷ୍ଟାଣ୍ଡରେ କିଛି ଅଭିଯୁକ୍ତ ଏହି ଜୋତା ପିନ୍ଧିଥିବାବେଳେ ସେମାନଙ୍କୁ ପୋଲିସ ଗିରଫ କରିଥିଲା । ପରୀକ୍ଷା ପୂର୍ବରୁ ଏହି ଚପଲକୁ ସେମାନେ ବିକିବା ଲାଗି ଯୋଜନା କରିଥିଲେ । ଅନେକ ପରୀକ୍ଷାର୍ଥୀ ବି ଏହି ଚପଲ ପିନ୍ଧି ପରୀକ୍ଷା ଦେଇଥିବା କୁହାଯାଇଛି । ବିଭିନ୍ନ ଉପାୟରେ କପି କରିବା ଅଭିଯୋଗରେ ଅନ୍ୟାନ୍ୟ ସ୍ଥାନରୁ ୭ ଜଣ ଗିରଫ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ନିଅଣ୍ଟିଆ ବର୍ଷା ଭରଣା କଲା ‘ଗୁଲାବ’; ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

Leave a Reply