ରାଜସ୍ଥାନରେ ବିଜେପିକୁ ଝଟକା

ଜୟପୁର: ରାଜସ୍ଥାନରେ ବିଜେପିକୁ ଝଟକା । ଶ୍ରୀକରଣପୁର ବିଧାନସଭା ଉପନିର୍ବାଚନରେ ହାରିଲେ ବିଜେପିରୁ ମନ୍ତ୍ରୀ ଥିବା ସୁରେନ୍ଦର ପାଲ ସିଂହ । କଂଗ୍ରେସ ପ୍ରାର୍ଥୀ ରୁପିନ୍ଦର ସିଂ କୁନ୍ନର ସୁରେନ୍ଦ୍ର ପାଲ ସିଂହଙ୍କୁ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ ନେତୃତ୍ବାଧିନ ସରକାରରେ ମନ୍ତ୍ରୀ ହୋଇଥିଲେ ସୁରେନ୍ଦର ପାଲ ସିଂହ । ସୁରେନ୍ଦର ପାଲଙ୍କୁ ରୁପିନ୍ଦର ସିଂହ କୁନ୍ନର ୧୧ ହଜାର ୨୮୪ ଭୋଟରେ ପରାସ୍ତ କରିଛନ୍ତି ।ରୁପିନ୍ଦର ମୋଟ ୯୦ ହଜାର ୯୮ଟି ଭୋଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ସରକାର ଥାଇ ନିର୍ବାଚନ ହାରିବା ବିଜେପି ପାଇଁ ବଡ଼ ଝଟକା ।

କାରଣ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଏହି ସିଟ୍ ହାତେଇଥିଲା।୧୯୯ ଆସନରୁ ୧୧୫ ସିଟ ପାଇଛି ବିଜେପି । ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଉପନିର୍ବାଚନ ହାରିବା କେନ୍ଦ୍ରୀୟ ନେତୃତ୍ବକୁ ବଡ଼ ଝଟକା।କଂଗ୍ରେସ ପ୍ରାର୍ଥୀ ରୁପିନ୍ଦରଙ୍କ ବିଜୟ ପରେ କଂଗ୍ରେସରୁ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଜୟର ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀକରଣପୁର ଆସନ କଂଗ୍ରେସ ଜିତିବା ପରେ ବିଜେପିର ଗର୍ବ ଅହଂକାର ଚୁରମାର ହୋଇଯାଇଛି ବୋଲି କହିଛନ୍ତି ଅଶୋକ ଗେହଲଟ । ରାଜସ୍ଥାନବାସୀ ବିଜେପିକୁ ତାର ବାଟ ଦେଖାଇଛନ୍ତି। ଶ୍ରୀକରଣପୁରରୁ ବିଧାୟକ ଥିବା ଗୁରମିତ ସିଂହଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ହୋଇଥିଲା । ପରାଜୟ ପ୍ରାର୍ଥୀ ସୁରେନ୍ଦର ପାଲ ସିଂହ ହେଉଛନ୍ତି ଗୁରମିତଙ୍କ ପୁଅ ।