spot_img

Latest Posts

ଟ୍ରକ ଓ ପିକଅପ୍ ମଧ୍ୟରେ ଧକ୍କା: ଚାଲିଗଲା ୧୧ ଜୀବନ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ଦୌସା ନିକଟରେ ବଡ଼ ଦୁର୍ଘଟଣା। ଟ୍ରକ ଓ ପିକଅପ୍ ମଧ୍ୟରେ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତମାନେ ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ତୀର୍ଥଯାତ୍ରାରୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁସାରେ ଖଟୁ ଶ୍ୟାମଜୀ ମନ୍ଦିରରୁ ସେମାନେ ଫେରୁଥିଲେ। ମୃତକଙ୍କ ମଧ୍ୟରେ ଅଛନ୍ତି ସାତ ଜଣ ଶିଶୁ ଏବଂ ତିନି ଜଣ ମହିଳା। ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଏହି ଘଟଣା ଘଟିଥିଲା। ୯ ଜଣଙ୍କୁ ଚିକିତ୍ସା ପାଇଁ ରେଫର କରାଯାଇଛି ଏବଂ ତିନି ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ଖବର ପାଇବା ସାଙ୍ଗେ ସାଙ୍ଗେ ସେଠାରେ ପହଞ୍ଚିଥିଲେ ପ୍ରାଶାସନିକ ଅଧିକାରୀ। ଆହତମାନଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇବା ଏବଂ ପରିବହନ କରିବା ପାଇଁ ଆମ୍ବୁଲାନ୍ସ, ପୋଲିସ ଦଳ ଏବଂ ଡାକ୍ତରୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁତର ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜୟପୁରର ସୱାଇ ମାନ ସିଂହ ହସ୍ପିଟାଲ (SMS)କୁ ପଠାଯାଇଥିଲା।

Latest Posts

Don't Miss