‘ଯଦି ସୋନମ ନିଖୋଜ ହୋଇଥାନ୍ତେ ତାହାଲେ ଆମର ପୂରା ପରିବାର ଜେଲରେ ଥାଆନ୍ତେ’

ନନ୍ଦିଘୋଷ ବ୍ୟୁରୋ: ମେଘାଳୟରେ ରାଜା ରଘୁବଂଶୀ ହତ୍ୟା ମାମଲାରେ ନ୍ୟାୟ ଦାବି କରି ଗତକାଲି ସନ୍ଧ୍ୟାରେ ଇନ୍ଦୋରରେ ଏକ ମହମବତୀ ରାଲି କରାଯାଇଥିଲା । ରାଜାଙ୍କ ବଡ଼ ଭାଇ ସଚିନ ରଘୁବଂଶୀ ମେଘାଳୟ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଯଦି ତାଙ୍କ ବୋହୂ ସୋନମ ରଘୁବଂଶୀ ନିଖୋଜ ହୋଇଯାଇଥାନ୍ତେ ତାହାଲେ ତାଙ୍କର ସମଗ୍ର ପରିବାର ଜେଲରେ ଥାଆନ୍ତେ । କିନ୍ତୁ ରାଜାଙ୍କୁ ହତ୍ୟା କରାଯିବା ପରେ ମଧ୍ୟ ସୋନମଙ୍କ ପରିବାର ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଯଦି ଗୋଟିଏ ସପ୍ତାହ ମଧ୍ୟରେ ଠୋସ ପଦକ୍ଷେପ ନିଆ ନଯାଏ ତାହାଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ରାଜାଙ୍କ ପରିବାର ।

ରାଜା ରଘୁବଂଶୀଙ୍କ ପରିବାର ଏବଂ ସମର୍ଥକମାନେ ଇନ୍ଦୋରର ସହକାର ନଗରରେ ମହମବତୀ ରାଲି କରିଥିଲେ  ଏବଂ ହତ୍ୟା ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ ।

ସଚିନ ରଘୁବଂଶୀ ଭାବପ୍ରବଣ ହୋଇ କହିଥିଲେ ଯେ, ମୋ ଭାଇର ହତ୍ୟା ୨୪ ଦିନ ବିତିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ପୋଲିସ ହତ୍ୟାକାରୀମାନଙ୍କୁ ଧରିବାରେ ସଫଳ ହୋଇନାହିଁ । ଯଦି ବୋହୂ ସୋନମ ନିଖୋଜ ହୋଇଯାଇଥାନ୍ତେ ତାହାଲେ ସମଗ୍ର ପରିବାର ଜେଲ ଯାଇଥାନ୍ତୁ । ଯଦି ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ନ ନିଏ ତାହାଲେ ଜୋରଦାର ପ୍ରତିବାଦ କରିବୁ ।