ଆଜି ଶେଷ ରଜ, ଗାଁଠୁ ସହର ସବୁଠି ଚାଲିଛି ମଉଜ

ଭୁବନେଶ୍ୱର: ରଜ ପାଇଁ ଉତ୍ସବ ମୁଖର ଓଡ଼ିଶା । ଆଜି ହେଉଛି ଶେଷ ରଜ । ସବୁଠି ମହାଆଡ଼ମ୍ବରରେ ହେଉଛି ଉତ୍ସବ । ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ ଚାଲିଛି ରଜ ମଉଜ । କୂଆଁରିଙ୍କ ମନରେ ଅସୁମାରି ଆନନ୍ଦ ଉଲ୍ଲାସ । ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଇଛନ୍ତି ଝିଅ ଓ ବୋହୂ । ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା । ସବୁଠି ପୋଡ଼ ପିଠା ସାଙ୍ଗକୁ ରଜ ପାନର ଆଦର । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି । ଅନେକ ଗାଁରେ ଆୟୋଜିତ ହେଉଛି ଦୋଳି ଓ କବାଡ଼ି ଖେଳ ପ୍ରତିଯୋଗିତା । ଭୁବନେଶ୍ୱରରେ ଓଟିଡିସି ପକ୍ଷରୁ ରଜ ଉତ୍ସବ ଆୟୋଜନ କରାଯାଉଛି । ପାରମ୍ପରିକ ପିଠାର ପସରା ଖୋଲି ଗଡ଼ୁଛି ପିଠା ଅନ ହ୍ୱିଲ୍ ।