ଦାଦା ବଟି ମାମଲାରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ମିଳିଲା ଜାମିନ, NSA ଲଗାଇଲା କମିଶନରେଟ୍ ପୋଲିସ

1 min read

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ପାଇଁ ବଢିଲା ଅଡ଼ୁଆ  । ଦାଦାବଟି ଆଦାୟ ମାମଲାରେ ଜାମିନ ମିଳିଥିବା ବେଳେ ଯୋଡ଼ି ହେଲେ ନୂଆ ମାମଲା । ରାଜା ଆଚାର୍ଯ୍ୟ ବିରୋଧରେ NSA ଲଗାଇଛି କମିଶନରେଟ ପୋଲିସ  । ରାଜା ବିରୋଧରେ ବିଭିନ୍ନ ଅପରାଧିକ ମାମଲା ଥିବାରୁ ଲଗାଯାଇଛି NSA  ।

ଜଣେ ଜାମିନଦାର ଓ 20 ହଜାର ଟଙ୍କା ବେଲ ବଣ୍ଡ ବଦଳରେ ରାଜାକୁ ବେଲ ପ୍ରଦାନ କରିଛନ୍ତି କୋର୍ଟ। ନିର୍ଦ୍ଧାରିତ ସମୟ ମଧ୍ୟରେ କମିଶନରେଟ ପୋଲିସ ଚାର୍ଜସିଟ ଦାଖଲ କରି ପାରିନଥିଲା । ଏହାପରେ ଭୁବନେଶ୍ବର ଏସଡିଜେଏମ କୋର୍ଟ ରାଜାକୁ ଜାମିନ ଦେଇଛନ୍ତି । ଗିରଫ ହେବାର ୬୦ ଦିନ ମଧ୍ୟରେ ପୋଲିସ ଚାର୍ଜସିଟ ଦାଖଲ କରିବାର ଥିଲା । କିନ୍ତୁ ଏଥିରେ ବିଫଳ ରହିଥିଲା କମିଶନରେଟ ପୋଲିସ ।ଅକ୍ଟୋବର ୧୭ ତାରିଖରେ କ୍ୟାପିଟାଲ ଥାନା ପୋଲିସ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଗିରଫ କରିଥିଲା । ତେବେ 62 ଦିନ ପରେ ମଧ୍ୟ ରାଜା ବିରୋଧରେ କୌଣସି ଚାର୍ଜସିଟ ଫାଇଲ କରିପାନଥିଲା ପୋଲିସ । ‘ଦାଦା ବଟିକୁ ନା’ ମିଶନର ପ୍ରଥମ ଶିକାର ହୋଇଥିଲେ ଗ୍ୟାଙ୍ଗଷ୍ଟାର ରାଜା  । ୟୁନିଟ ୨ ଅଞ୍ଚଳରୁ ଦାଦାବଟି ମାଗିବା ଅଭିଯୋଗରେ ରାଜାଙ୍କୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ । ପୂର୍ବରୁ ଯୁଡୋ କୋଚ୍ ବିରଞ୍ଜି ଦାସ ହତ୍ୟା ମାମଲାରେ ୧୦ ବର୍ଷ ସଜା କାଟିଥିଲେ ରାଜା  । ସେହିପରି ଅଭିନେତ୍ରୀ ଲେସଲୀଙ୍କୁ ଧମକଚମକ ଓ ଜ୍ୟୋତି ମୋଟର୍ସ ମ୍ୟାନେଜରଙ୍କୁ ଚାନ୍ଦା ମାଗିବା ଅଭିଯୋଗରେ ବନ୍ଧା ହୋଇଥିଲେ ରାଜା  ।

ଏଥିସହ ପଢ଼ନ୍ତୁ: ଟ୍ରାନ୍ସପୋର୍ଟରଙ୍କ ଠାରୁ ୨୩ ଲକ୍ଷ ଠକିଛି ଅରଟେଲ୍ ! ଟଙ୍କା ନଦେଲେ ଆତ୍ମହୂତି ଧମକ

Leave a Reply