ରାଜକୁନ୍ଦ୍ରା ପର୍ଣ୍ଣ ଫିଲ୍ମ ମାମଲା: ଭିନେତ୍ରୀ ଗେହନା ବଶିଷ୍ଠଙ୍କୁ ଆଗୁଆ ଜାମିନ

1 min read

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପର୍ଣ୍ଣ ଫିଲ୍ମ ମାମଲାରେ ଅଭିନେତ୍ରୀ ଗେହନା ବଶିଷ୍ଠଙ୍କୁ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ । ପର୍ଣ୍ଣ ଫିଲ୍ନ ରାକେଟରେ ତାଙ୍କ ନାଁ ଥିବାରୁ ତାଙ୍କୁ ଗିରଫ କରାଯିବାର ଆଶଙ୍କା ଥିଲା । ତାଙ୍କର ଆଗୁଆ ଜାମିନ ଆବେଦନକୁ ଜଷ୍ଟିସ ସଞ୍ଜୟ କିଶାନ କୌଲଙ୍କୁ ନେଇ ଗଠିତ ବମ୍ବେ ହାଇକୋର୍ଟ ଖଣ୍ଡପୀଠ ଅଗ୍ରାହ୍ୟ କରିବା ପରେ ଗେହନା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ଏଫଆଇଆରରେ ତାଙ୍କ ନାମ ଥିବା ସତ୍ତ୍ବେ ଗେହନାଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେବେ ତଦନ୍ତ ପ୍ରକ୍ରିୟାର ସହଯୋଗ କରିବା ଲାଗି ଗେହନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏସଂକ୍ରାନ୍ତ ଏଫଆଇଆର ଅନୁସାରେ ରାଜ କୁନ୍ଦ୍ରା ଗିରଫ ହୋଇଥିଲେ । ପର୍ଣ୍ଣୋଗ୍ରାଫିକ ଭିଡିଓରେ ସାମିଲ ହେବା ଲାଗି ଗେହନା ପ୍ରୋତ୍ସାହନ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

ବଶିଷ୍ଠଙ୍କ ଫିଲ୍ମରେ ଉକ୍ତ ଅଭିଯୋଗକାରୀ ଅଙ୍ଗପ୍ରଦର୍ଶନ କରିଥିଲେ ଯାହାକୁ କୁନ୍ଦ୍ରାଙ୍କ ମାଲିକାନରେ ଥିବା ଆପରେ ଅପଲୋଡ ହୋଇଥିଲା । କୁନ୍ଦ୍ରାଙ୍କୁ ଗତ ସୋମବାର ମୁମ୍ବାଇ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଜାମିନ ପ୍ରଦାନ କରିଥିଲେ । ବଶିଷ୍ଠଙ୍କ ବିରୋଧରେ ଆଇପିସିର ଧାରା ୨୯୨, ୨୯୩, ଆଇଟି ଆକ୍ଟର ଧାର ୬୬-ଇ, ୬୭ ଓ ୬୭-କ ଧାରା ଅନୁସାରେ ମାମଲା ରୁଜୁ ହୋଇଛି ।

Leave a Reply