ଭେରି ସିଭିୟର ସାଇକ୍ଳୋନ୍ ଷ୍ଟର୍ମ ହେଲା ‘ଅମ୍ପାନ’: ଘଣ୍ଟା ପ୍ରତି ବେଗ ରହିଛି ୧୩ କି.ମି

ନୂଆଦିଲ୍ଲୀ: ଦକ୍ଷିଣ ବଙ୍ଗୋପସାଗରେ ସୃଷ୍ଟ ସାମୁଦ୍ରିକ ଝଡ଼ ଅମ୍ପାନ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି । ଏବେ ପାରାଦୀପ ଠାରୁ ୭୯୦କିମି ଏବଂ ଦୀଘାଠାରୁ ୯୯୦ କିଲୋମିଟର ଦୂରରେ ରହିଛି । ଘଣ୍ଟା ପ୍ରତି ୧୩ କିମି ବେଗରେ ଗତି କରୁଛି । ଏହା କ୍ରମଶଃ ଶକ୍ତିଶାଳୀ ହେବାରେ ଲାଗିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବ । ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଇଁ ଜାରି ପୂର୍ବାନୁମାନ ବଜାୟ ରହିବ । ଦୀଘା ଏବଂ ହାତିଆ ଦୀପ ମଧ୍ୟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ । ଆସନ୍ତ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି ସୂଚନା ରହିଛି । ଏବଂ ଏହା ସୁପର ସାଇକ୍ଳୋନ୍‌ ଷ୍ଟର୍ମର ରୂପ ନେଇପାରିବ ।

 

Leave a Reply