ସାରା ଦିନ ବର୍ଷା ହେଲେ ଏହିସବୁ ଜିଲ୍ଲାରେ ପରିସ୍ଥିତି ହେବ ଅସମ୍ଭାଳ

1 min read

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା  । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ମଥିଲି, ଖଇରପୁଟ, କୋରୁକୋଣ୍ଡା କାଲିମେଳାରେ ଗତ ରାତିରୁ ପ୍ରବଳ ବର୍ଷା ଜାରି ରହିଛି ।  ଗତ ମଙ୍ଗଳବାର ଓ ବୁଧବାର ବର୍ଷା ହୋଇନଥିବା ଯୋଗୁଁ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା । ନଦୀଗୁଡିକର ଜଳସ୍ତର ବି କମିଥିଲା। ମୋଟୁରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲେ ହେଁ ଜଳସ୍ତର ହ୍ରାସ ପାଇବା ଯୋଗୁଁ ବଡ଼ ଧରଣ ବିପଦ ଟଳିଯାଇଥିଳା। ହେଲେ ଗତ ରାତିରୁ ପୁଣି ବର୍ଷା ଆରମ୍ଭ ହୋଇଥିବାରୁ ଚିନ୍ତା ଦ୍ୱିଗୁଣିତ ହୋଇଯାଇଛି । ତେବେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ମିଳିଛି। ପୋଟେରୁ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ଦିନ ତମାମ ବର୍ଷ ଲାଗି ରହିଲେ ପୋଲ ବୁଡିବାର ସମ୍ଭାବନା ସୃଷ୍ଟି ହୋଇଛି ।

ଅନ୍ୟପଟେ, ଧର୍ମଗଡ଼ରେ ଗତକାଲିଠାରୁ ବର୍ଷା ଲାଗିରହିଛି । ଫଳରେ ସହରର ବିଭିନ୍ନ ମୁଖ୍ୟ ଛକ ଜଳବନ୍ଦୀ ହୋଇ ରହିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ତେଲ୍ ଓ ହାତୀ ନଦୀ ଫୁଲିବାରେ ଲାଗିଛି l ଜଳସ୍ତର ବୃଦ୍ଧିକୁ ନେଇ ଚିନ୍ତାରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ବିରିପୂର୍, ମାଟିଖାଳ, କର୍ମେଳି, ବାଳୀଛଡ଼ା, ବଙ୍କାପଲା ଭଳି ନଦୀକୂଳିଆ ଅଞ୍ଚଳ ଲୋକେ । ବର୍ଷା ଲାଗିରହିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି ।

Leave a Reply