ସରିନି ବର୍ଷା ବିପତ୍ତି, ଆସୁଛି ବଡ଼ ବର୍ଷା

1 min read

ଆସୁଛି ବଡ଼ ବର୍ଷା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୩ ତାରିଖରେ ଲଘୁଚାପର ରୂପ ନେଇପାରେ । ଲଘୁଚାପ ରୂପ ନେବାପରେ ଏହାର ଗତିରେ ପରିବର୍ତ୍ତନ ଆସିବ । ପ୍ରଭାବରେ ଆଣ୍ଡାମାନ-ନିକୋବର ଉପକୂଳରେ ପ୍ରବଳ ବର୍ଷା ହେବ । ତେବେ ଯଦି ଏହା ଦିଗ ପରିବର୍ତ୍ତନ କରେ ତେବେ ୫ ତାରିଖ ବେଳକୁ ଓଡ଼ିଶାର ଉପକୂଳ ଜିଲ୍ଲା ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ରାଜ୍ୟର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର ଆଦି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯଦିଓ ୩ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଦକ୍ଷିଣ ଓଡ଼ିଶାର ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ । ଲଘୁଚାପ ସୃଷ୍ଟି ହେବା ପରେ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ୪ ଓ ୫ ତାରିଖରେ ଗଭୀର ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ସତର୍କତା ଜାରି କରାଯାଇଛି ।
କିନ୍ତୁ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଓଡିଶାରେ କୌଣସି ପ୍ରଭାବ ପକାଇବ ନାହିଁ । ତେଣୁ ଲୋକମାନେ ଯେପରି ଆତଙ୍କିତ ନ ହେବେ ସେ ନେଇ ପରାମର୍ଶ ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ । ')}

Leave a Reply