୫ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ବର: ଆସନ୍ତା ୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାକୁ ନେଇ ସତର୍କତା ଜାରି କରାଯାଇଛି । ଚାଷୀ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଅତିରିକ୍ତ ସ୍ବତନ୍ତ୍ର ରାଜସ୍ବ କମିଶନର ପଦ୍ମନାଭ ବେହେରା ।

ଫସଲ ସୁରକ୍ଷିତ ରଖିବାକୁ ସେ ପରାମର୍ଶ ଦେବା ସହ କଟା ହୋଇଥିବା ଧାନ ଅମଳ କରି ସାଇତି ରଖିବାକୁ କହିଛନ୍ତି । ଆଗକୁ ସେ କହିଛନ୍ତି, ‘ ଅମଳ ସମ୍ଭବ ନହେଲ ପଲିଥିନ ଘୋଡ଼ାଇ ରଖନ୍ତୁ । ବିଲରେ ଧାନ ରଖନ୍ତୁ ନାହିଁ କି ଶୁଖାନ୍ତୁ ନାହିଁ । ବିଳମ୍ବ କିସମ ଧାନରେ ବିଲରେ ନାଳି କରି ରଖନ୍ତୁ । ଧାନ ଗଛ ପଡିଥିଲେ ଠିଆ କରି ରଖନ୍ତୁ ।’

ମାଣ୍ଡିଆ, କପା ଆଦି ଫସଲକୁ ଅମଳ କରି ସୁଖାଇ ରଖିବାକୁ ଦେଇଛନ୍ତି ପରାମର୍ଶ । ଏହାସହ କହିଛନ୍ତି, ‘ ଜଳେସେଚନ ବନ୍ଦ ରଖୁନ୍ତୁ, କୀଟନାଶକ କିମ୍ବା ସାର ପ୍ରୟୋଗ କରନ୍ତୁ ନାହିଁ । ପରିବା ଚାଷରୁ ଜଳ ନିଷ୍କାସନ କରି ଦେବା ସହ ଆଳୁ କିଆରିରେ ନାଳି କାଟି ଖୋଲା ରଖନ୍ତୁ ।’

ଆଗକୁ ବର୍ଷା ଲାଗି ରହିବାକୁ ଥିବାବେଳେ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ୍ରାଫ ଓ ଫାୟାର ସର୍ଭିସକୁ ମୁତୟନ ରଖାଯାଇଛି । ଶକ୍ତି ଓ ଇଂଜିନିୟରିଂ ବିଭାଗକୁ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।