ପବନର ବେଗ ବଢ଼ିବା ସହ ରାଜନଗରରେ ଅଶାନ୍ତ ହେଉଛି ସମୁଦ୍ର, ଡଙ୍ଗାକୁ ଭାଙ୍ଗିବା ସହ ଗାଁ ବୁଡ଼ାଇଲା

ଭୁବନେଶ୍ୱର: ଅମ୍ଫାନ ସ୍ଥଳଭାଗ ଛୁଇଁବା ପୂର୍ବରୁ ତାର କରାଳ ରୂପ ଦାଖାଇବାରେ ଲାଗିଛି । ପ୍ରବଳ ପନବନର ପ୍ରଭାବରେ ବିଗୁଡ଼ୁଛି ଚିତ୍ର । କେଉଁଠୁ ଗଛ ଓପାଡ଼ୁଛି ତ କେଉଁଠି ଘର ଭାଙ୍ଗୁଛି । ଖାଲି ସେତିକି ନୁହେଁ ପ୍ରବଳ ବର୍ଷା କାରଣରୁ ଗାଁରେ ପାଣି ପଶିବା ସହ ବୋଟ୍‌ ଏବଂ ଡ଼ଙ୍ଗାକୁ ଭାଙ୍ଗିଲାଣି ଏ ଅମ୍ଫାନ । ତେବେ ଈଶ୍ୱରପୁର ପଂଚାୟତ ର ପୁରୁଷୋତ୍ତମପୁର ଗାଁ ନିକଟରେ ଥିବା ଲୁଣା ଘେରି ବନ୍ଧ ଡେଇଁ ପାଟଶାଳା ନଦୀ। ପ୍ରବଳ ବର୍ଷା କାରଣରୁ ପାଣି ଗାଁ ଭିତରକୁ ପ୍ରବେଶ କରୁଛି ।

ସେହି ଗାଁର ବାସିନ୍ଦା ପ୍ରତାପ ମଣ୍ଡଳଙ୍କ ପରିବାର ଏବେ ପାଣି ଭିତରେ ରହିଛି । ସେବେ ସେଠାରେ ଏବେ ୬୨ଟି ପରିବାର ସମ୍ପୂର୍ଣ ଜଳମଗ୍ନ ହେବା ଆଶଙ୍କା କରାଯାଉଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ଥାନା କୁ ଘେରିଲା ନଦୀ ପାଣି । ବାତ୍ୟା ପ୍ରଭାବ ରେ ତାଳଚୁଆ ମେରାଇନ ଥାନା ଚାରିପଟେ ପାଣି ମାଡ଼ି ଯାଇଛି । ନଦୀ କୂରେ ରଖାଯାଇଥିବା ନଙ୍ଗା ଗୁଡ଼ିକ ମଧ୍ୟ ପାଣିରେ ବୁଡ଼ିଯାଇତିବା ଦେଖିବାକୁ ମିଳିଥିଲା । ତେବେ ପ୍ରବଳ ବର୍ଷା ସାଙ୍ଗକୁ ପବନ ମଧ୍ୟ ବଢ଼ିବାରେ ଲାଗିଛି ।

ସେପଟେ ପାରାଦୀପ ନେହେରୁ ବଙ୍ଗଳା ଫିସିଂ ହାର୍ବରରେ ବ୍ୟାପକ କ୍ଷତି ଘଟାଇଛି ବାତ୍ୟା ଅମ୍ଫାନ । ବୋଟ୍‌ଗୁଡ଼ିକ ଲଙ୍ଗର୍‌ ପକାଇଥିଲେ ମଧ୍ୟ ପ୍ରବଳ ପବନ ଯୋଗୁଁ ସେଗୁଡ଼ିକ ଜେଟିରେ ମାଡ଼ ହୋଇ କ୍ଷତିଗ୍ରସ୍ତ ହୋଇଛି । ସୋନା ନାମକ ଏକ ବୋଟ୍‌ ପାଣିରେ ବୁଡ଼ି ଯାଇଛି । ବନ୍ଦର ଓ ନେହେରୁ ବଙ୍ଗଳା ରାସ୍ତାରେ ବହୁ ଗଛ ଭାଙ୍ଗି ପଡ଼ି ରହିବାରୁ ବନ୍ଦ ହୋଇଯାଇଛି ଯାତାୟାତ । ବହୁ ସ୍ଥାନରେ ବିଦ୍ୟୁତ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି । ପରାଦୀପର ତଳିଆ ଅଞ୍ଚଳରେ ପାଣି ପଶିଯାଇଛି । ପବନ ଓ ବର୍ଷା କମିବା ପରେ ପଦକ୍ଷେପ ନିଆଯିବ ବୋଲି ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର ସୂଚନା ଦେଇଛନ୍ତି ।

Leave a Reply