ତାମିଲନାଡୁରେ ବର୍ଷା ବିତ୍ପାତ; ୮ ମୃତ

ଚେନ୍ନାଇ: ତାମିଲନାଡୁରେ ଲାଗି ରହିଛି ଅବିଶ୍ରାନ୍ତ ବର୍ଷା । ୪୮ ଘଣ୍ଟା ଧରି ରାଜ୍ୟରେ ପ୍ରବଳ ବର୍ଷା ନେଇ ରେଡଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତାମିଲନାଡୁ, ପୁଡୁଚେରି ସହ ସମୁଦ୍ର ଉପକୂଳବର୍ତ୍ତି ଜିଲ୍ଲାମାନଙ୍କୁ ଏହି ସତର୍କ ସୂଚନା ଜାରି ହୋଇଛି । ଏନେଇ ରାଜ୍ୟର ୨୩ ଜିଲ୍କାରେ ସ୍କୁଲ, କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ  ସରକାର । ଧନ ଜୀବନ ସୁରକ୍ଷା ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁ ସରକାର । ଗତକାଲି ବି ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିଲା । ଫଳରେ ମଦୁରାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏପରି ସ୍ଥିତିକୁ ନଜରରେ ରଖି ଗତକାଲି ମଦୁରାଇର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିଥିଲା ଜିଲ୍ଲା ପ୍ରଶାସନ ।

ରାଜ୍ୟରେ ବର୍ଷା ଯୋଗୁ  ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି ଭାବରେ ୧୦ ହଜାର ୫ଶହ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଏନଡିଆରଏଫ ମୁତୟନ ହୋଇଛନ୍ତି ।

ଲଗାଣ ବର୍ଷା ଯୋଗୁ ଅନେକ ସହରରେ ଜୀବନଯାତ୍ରା ବ୍ୟାହତ ହୋଇଛି । ଚେନ୍ନାଇ, ଟୁଟିକୋରନ, ସାଲେମ, ଭେଲୋର, କାଞ୍ଚିପୁରମ ସମେତ ଅଧିକାଂଶ ସ୍ଥାନରେ ଜୀବନଯାତ୍ରା ବ୍ୟାହତ ହୋଇଛି । ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା କରି ଭାରତୀୟ ପାଣିପାଗ ବିଭାଗ ଗତ ଦୁଇ ଦିନ ପୂର୍ବରୁ ପୋଡୁକୋଟଇ, ରାମନାଥପୁରମ, ତୋଡୁକୋଟି, ସିବଗଙ୍ଗା, ମଦୁରାଇ ଭଳି ୧୨ ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଥିଲା  ।

Leave a Reply