ବର୍ଷା ଅଭାବରୁ ଜମି ଫାଟି ଆଁ କରିଛି, ଚିନ୍ତାରେ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ପାଣି ଅଭାବରୁ ଜମି ଫାଟି ଆଁ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକରେ ୭ ହଜାର ୨ ଶହ ହେକ୍ଟର ଚାଷ ଜମିରେ ବିଭିନ୍ନ କିସମର ଧାନ ଫସଲ ଚାଷ ହୋଇଥିଲା । ହେଲେ ବର୍ଷା ଅଭାବରୁ କେଉଁଠି ଧାନ ପାଚିନି ତ ଆଉ କେଉଁଠି ଜମି ଫାଟି ଆଁ କରିଛି । ଯାହାକୁ ଦେଖି ଚିନ୍ତାରେ ଚାଷୀକୂଳ ।

ଆଶ୍ଵିନ ଯାଇ କାର୍ତ୍ତିକ ମାସ ଅଧା ହେଲାଣି । ଚାଷ ଜମିରେ ସୁନାର ଫସଲ ଚହଟି ଉଠିବା କଥା । ହେଲେ କେଉଁଠି ଧାନ ପାଚିନି ତ ଆଉ କେଉଁଠି ଜମି ଫାଟି ଆଁ କରିଛି । ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ସମେତ ଶେରଗଡ଼, ଧରାକୋଟ ଓ ହିଞ୍ଜିଳି ବ୍ଲକରେ । ଗତ ଦୁଇ ମାସ ହେଲା ବର୍ଷା ହୋଇନଥିବାରୁ ଢ଼େପ ଜମି ଗୁଡିକରେ ଜମି ଫାଟି ଆଁ କରିଛି । ଆସିକା ବ୍ଲକରେ ମୋଟ ୭ ହଜାର ୨ ସହ ହେକ୍ଟର ଚାଷ ଜମିରେ ବିଭିନ୍ନ କିସମର ଧାନ ଚାଷ ହୋଇଥିଲା । ହେଲେ ଜମିକୁ ଜଳସେଚିତ ହୋଇ ପାରୁନଥିବାରୁ ଫସଲ ନଷ୍ଟ ହେବାକୁ ବସିଲାଣି । ଯାହାକୁ ନେଇ ଚିନ୍ତାରେ ଚାଷୀ ।

ବର୍ଷା ଅଭାବ କାରଣରୁ ହେକ୍ଟର ହେକ୍ଟର ଧାନ ଫସଲ ନଷ୍ଟ ହେବାକୁ ବସିଛି । କିଛି ଚାଷୀ କେନାଲରୁ ପାଇପ ଯୋଗେ ଜମିକୁ ପାଣି ମଡାଉଥିବା ନେଇ ଦେଖିବାକୁ ମିଳିଛି । ଧାର କରଜ କରି ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ସେପଟେ ଚାଷ ଜମିକୁ ଜଳସେଚନ କରିବା ନିମନ୍ତେ କୌଣସି ସୁବିଧା ନଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି ।

ନଜର ପକାନ୍ତୁ