ଆନ୍ଧ୍ର ପ୍ରଦେଶରେ ମିଗଜୋମ ତାଣ୍ଡବ, ୫ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶରେ ଜାରି ରହିଛି ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହୋଇଛି । ମାଲକାନଗିରି, ଗଜପତି, ରାୟଗଡା, ଝାରସୁଗୁଡା, ସମ୍ବଲପୁରରେ ବର୍ଷା ହୋଇଛି । ସମୁଦ୍ର ମଧ୍ୟରେ ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିବ । ଓଡ଼ିଶାରେ ବାତ୍ୟାର ପ୍ରଭାବ ନହେଲେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି ।

ଆସନ୍ତାକାଲି ପର୍ଯ୍ୟନ୍ତ କୋହଲା ପାଗ ଜାରି ରହିବ । ସମ୍ଭାବ୍ୟ ବାତ୍ୟା ମିଗଜାଉମର ପ୍ରଭାବରେ ଜିଲ୍ଲାରେ ସାମାନ୍ୟ ବର୍ଷା ଓ କୋହଲା ପାଗ ସାଂଗକୁ ଆକାଶ ମେଘାଚ୍ଛନ୍ନ ରହିଛି । ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାରେ ଆସନ୍ତାକାଲି ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ୬ତାରିଖ ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।